୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡଗିରି ଥାନା ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡଗିରି ଥାନା ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କମିସନରେଟ ପୁଲିସର ଜଣେ ଏସ୍‌ଆଇ । ରେଡ ହେଣ୍ଡରେ ଧରିଛି  ଭିଜିଲାନ୍ସ । ଅଭିଯୁକ୍ତ ପୁଲିସ ଏସ୍‌ଆଇ ହେଲେ ସୁଶାନ୍ତ କୁମାର ସ୍ବାଇଁ। ସେ ଖଣ୍ଡଗିରି ଥାନାରେ ଏସ୍ଆଇ ଭାବେ ମୁତୟନ ଅଛନ୍ତି।  ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଆଜି ଶ୍ରୀ ସ୍ବାଇଁ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। ଥାନାବାବୁଙ୍କୁ ପାନେ ଦେବା ପାଇଁ ଅଭିଯୋଗକାରୀ ଏକ ଯୋଜନା କରିଥିଲେ ଏବଂ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଦାବି ଅନୁସାରେ ସେ ଆଜି ଥାନାବାବୁ ଶ୍ରୀ ସ୍ବାଇଁଙ୍କୁ ନାକା ଗେଟ୍ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲେ। ଉପରୋକ୍ତ ମାମଲାରେ ଭୁବନେଶ୍ବର ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି।

ଏପଟେ କେବେଠୁ ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଡିଣ୍ଡିମ ପିଟିଆସୁଛନ୍ତି । ଆଇଏଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ  କାହାରିକୁ ଛାଡ ନାହିଁ  ବୋଲି କହିଆସୁଛନ୍ତି । ଦୁର୍ନୀତି ଓ ଅପରାଗ ଅଭିଯୋଗରେ ସରକାର  ବଡ଼ କାର୍ଯ୍ୟାନୁଷ୍ଠାନ ନେଉଥିବା କଥା କୁହାଯାଉଛି । ହେଲେ ଏପେଟେ କିନ୍ତୁ ଫଳ ଶୂନ୍।  ଦୂର୍ନୀତିଖୋରଙ୍କ ଦାଦାଗିରି ଜଥାପୂର୍ବମ୍ ତଥା ପରମ୍ । ଏହାକୁ ମିଶାଇ ଏବେ ସୁଦ୍ଧା ଶହେରୁ ଅଧିକ ଜଣଙ୍କୁ ସିଆରଏସ ଦିଆଯାଇଥିବାବେଳେ ୬୦ ଜଣଙ୍କ ପେନସନ ରଦ୍ଦ କରାଗଲାଣି  । ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ରାୟଗଡ଼ା ଡିଏଫଓ ହୁଅନ୍ତୁ ଅବା କେନ୍ଦୁଝର ଆରଡବ୍ଲୁ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ  । ଦୁର୍ନୀତିରେ ଲିପ୍ତ ଥିବାରୁ ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ର ଏହି ବଡ଼ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି  ।  ଏହାସହ ଦୁର୍ନୀତି ପାଇଁ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସିଆରଏସ ଦେବାକୁ କେନ୍ଦ୍ରକୁ ସୁପାରିସ କରିଛି ରାଜ୍ୟ  । ତେଣୁ ଦୁର୍ନୀତି କଲେ ଆଉ ବରଦାସ୍ତ କରାଯିବ ନାହିଁ  । ସରକାରଙ୍କ ଏହି ଆକ୍ସନ ସୂଚାଇ ଦେଉଛି  । ସେ ଆଇଏଏସ କି ଆଇପିଏସ ହୁଅନ୍ତୁ ଅବା ତଳିଆ କର୍ମଚାରୀ କାହାକୁ ନାହିଁ ମାଫ  । ଏପରିକି ମନ୍ତ୍ରୀ ବିଧାୟକଙ୍କୁ ମଧ୍ୟ କ୍ଷମା ନାହିଁ  । ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଓ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏପରି ବଡ଼ ଅଭିଯାନ  ।

ଏବେ ପ୍ରତିଦିନ ବହୁ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି  । ରାଜ୍ୟରେ  ଚାଲିଛି ମାରାଥନ ରେଡ  । ଅନେକଙ୍କ ମଧ୍ୟରେ ମାମଲା ମଧ୍ୟ ଚାଲିଛି । ପୂର୍ବରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ବଳି ପଡିଛନ୍ତି, କେନ୍ଦୁଝର ଆରଡବ୍ଳ୍ୟୁ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । କଟକ ଆର ଆଣ୍ଡ ବି ଡିଜିଭନ୍‌ର ଜିତେନ୍ଦ୍ର କୁମାର ଦଳାଇ । ମୟୂରଭଞ୍ଜ କରଞ୍ଜିଆର ଆରଡବ୍ଲୁ ସେକ୍ସନ୍‌ ଓ୍ବାନ୍‌ର ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା ।ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀଙ୍କୁ ମିଳିଛି ସିଆରଏସ  । ଏମାନଙ୍କ ବିରୋଧରେ ଏକାଧିକ ଭିଜିଲାନ୍‌ସ ମାମଲା ରହିଛି । ସେହିପରି ସମ୍ବଲପୁର ଓଡ଼ଶା ପାନୀୟ ନିଗମ ଡିପୋର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଉପ ଅବକାରୀ ଅଧୀକ୍ଷକ ଜୟଦୀପ ପଟ୍ଟନାୟକଙ୍କୁ ଚାକିରିରୁନ ବିଦା କରାଯାଇଛି  । ସୁନ୍ଦରଗଡ଼ରେ କାର୍ଯ୍ୟରତ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।  ମୋ ସରକାର ଓ ଫାଇଭ ଟି ଛାଟ ଏବେ ଦୁର୍ନୀତିଖୋର ଅଫିସରଙ୍କ ନିଦ ହଜାଇଛି  ।

Leave A Reply

Your email address will not be published.