କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୧୮୯ ପ୍ରାର୍ଥୀଙ୍କ ନାଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ଶିକାରୀପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂହ ଏଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ପ୍ରାର୍ଥୀ ଥିବା ବେଳେ ୩୨ ଜଣ ଓବିସି ବର୍ଗରୁ ଓ ୩୦ ଜଣ ଅନୁସୂଚିତ ଜାତି ବର୍ଗରୁ ରହିଥିବା ସୂଚନା ମିଳିଛି। ସେହିପରି ଏମାନଙ୍କ ମଧ୍ୟରେ ୯ ଜଣ ଡାକ୍ତର, ୫ ଜଣ ଆଇନଜୀବୀ ଓ ୨ ଜଣ ଅବସରପ୍ରାପ୍ତ ପ୍ରଶାସକ ରହିଛନ୍ତି। ଏହି ତାଲିକାରେ ୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି।

ଅନେକ ବିଧାୟକଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦିଆଯାଇଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକା ନେଇ ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟୟ ତାଲିକା ପ୍ରକାଶ ପାଇବ। ବିଜେପି ନିର୍ବାଚନ କମିଟି ଦିଲ୍ଲୀ ଠାରେ ବସି ଏହି ନିଷ୍ପତ୍ତି ନେଇଛି। ଏଠାରେ ମୋଟ ୨୨୪ ବିଧାନସଭା ସିଟ୍ ରହିଛି। ମୁଖ୍ୟମନ୍ତ୍ରୀ ବାସବରାଜ ପୂର୍ବାବତ୍ ବୋମାଇ ଶିଗଗାଓଁରୁ ପ୍ରାର୍ଥୀ ହେବେ। ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଶିକାରୀପୁରାରୁ ଲଢ଼ିବେ। ୟେଦୁରପ୍ପା ଏଠାରୁ ୧୯୮୩ ପରଠାରୁ ୭ ଥର ଜିତିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ବୁଧବାର(୨୯ ମାର୍ଚ୍ଚ) ଭାରତୀୟ ନିର୍ବାତନ କମିଶନ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ ଲଢ଼େଇ ହେବ। ଏଥିପାଇଁ  ଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଛି। ନିର୍ବାଚନ ପାଇଁ ମାର୍ଚ୍ଚ ୨୫ ତାରିଖରେ କଂଗ୍ରେସ ୧୨୪ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବରୁଣାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଥିଲା। ସେହିପରି ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବ କୁମାର କନକପୁରାରୁ ନିର୍ବାଚନ ଲଢ଼ିବା ସ୍ଥିର କରାଯାଇଛି। ତେବେ ଏହି ନିର୍ବାଚନ ସିଦ୍ଧରମେୟାଙ୍କର ଶେଷ ନିର୍ବାଚନ ହେବ। ଏହାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଦ୍ଧରମେୟା କହିଛନ୍ତି। କଂଗ୍ରେସ ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ଆମ ଆଦ୍‌ମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ୮୦ ଜଣ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। ଖୁବ୍‌ଶୀଘ୍ର ସମସ୍ତ ୨୨୪ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଆପ୍ କହିଥିଲା।

Leave A Reply

Your email address will not be published.