ବିଜେଡିରେ ମିଶିଲେ ଦେବଗଡ଼ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ମୀନ କେତନ ପ୍ରଧାନ, ନୂଆ ବିଜେପି ନେତା ହେଲେ ଅରୁଣ କୁମାର ସାହୁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବିଜେଡିରେ ମିଶିଲେ ଦେବଗଡ଼ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ମୀନ କେତନ ପ୍ରଧାନ। ଆଜି ବିଜୁ ଜନତା ଦଳ ପାର୍ଟି ଅଫିସରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡ଼ିରେ ଯୋଗ ଦେବା ପାଇଁ ସ୍ଥିର କଲି। ବିଜେପିରେ ଦୀର୍ଘ ୩୨ ବର୍ଷ କାମ କଲା ପରେ ମତେ ଅନୁଭବ ହେଲା କି ଯେଉଁ ସମ୍ମାନ ମିଳିବା କଥା ତାହା ମିଳୁ ନାହିଁ। ଯୋଗ ଦେବା ପରେ ମୁଁ କୌନସି ପଦ ପାଇଁ ଆଶା ରଖୁନି। ଦେବଗଡ ଜିଲ୍ଲାର ଉନ୍ନତି ପାଇଁ ମୋ ଦ୍ଵାରା ଯାହା ସମ୍ଭବ ହେବ ତାହା କରିବି। ବିଜେପିରେ ମତେ ଯେଉଁ ସମ୍ମାନ ମିଳିବା କଥା ମତେ ତାହା ମିଳିଲା ନାହିଁ। ସେଥି ପାଇଁ ବାଧ୍ୟ ହୋଇ ଦଳ ଛାଡିବା ନିଷ୍ପତି ନେଲି।

ସେପଟେ ବିଜେପିର ଦେବଗଡ ଜିଲ୍ଲା ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ଼ କୁମାର ସାହୁ।  ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଅରୁଣ କୁମାର ସାହୁଙ୍କୁ ଦେବଗଡ ଜିଲ୍ଲା ବିଜେପି ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।

Leave A Reply

Your email address will not be published.