ଏହି ସବୁ ରୁଟରେ ଉଡ଼ିବନି ଏୟାର ଇଣ୍ଡିଆ ବିମାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ଘୋଷଣ ହୋଇଛି। ଅନ୍ତର୍ଜାତୀୟ ରୁଟରେ ଏହାର ବିମାନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁଯାୟୀ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କାତାର ଭଳି ଅନେକ ଦେଶକୁ ବିମାନ ସଂଖ୍ୟା ହ୍ରାସ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।

କ୍ରୁ ସଦସ୍ୟଙ୍କ ଅଭାବ ଏବଂ ବିମାନର ଅଭାବ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସପ୍ତାହରେ ଗୋଟିଏ ଦିନ ଦିଲ୍ଲୀରୁ ମସ୍କାଟ, ଦିଲ୍ଲୀରୁ ଦୁବାଇ ଏବଂ ଦିଲ୍ଲୀରୁ ଆବୁଧାବି ବିମାନ ଉଡ଼ାଣ ବାତିଲ କରାଯିବ। ଏପ୍ରିଲ ଶେଷରୁ ମେ ମାସ ପର୍ଯ୍ୟନ୍ତ ଏହି ବିମାନଗୁଡ଼ିକର ଉଡାଣ ସାମୟିକ ଭାବେ ବନ୍ଦ ହେବ ।

ଏହି ପ୍ରସଙ୍ଗରେ କମ୍ପାନୀର ଅଧିକାରୀ କହିଛନ୍ତି ଯେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବେ ନୂଆ ରୁଟ ନେଇ ଯୋଜନା କରୁଛନ୍ତି । ଏହି କାରଣରୁ, ବିମାନ ଚଳାଚଳକୁ ସାମୟିକ ଭାବରେ ବନ୍ଦ କରିବାକୁ ପଡିବ। ଏୟାର ଇଣ୍ଡିଆ ଟ୍ରାଭେଲ ଏଜେଣ୍ଟମାନଙ୍କୁ ଏକ ସର୍କୁଲାର ଜାରି କରି ସୂଚନା ଦେଇଛି ଯେ ଏପ୍ରିଲ ୨୯ରୁ ମେ ୨୭ ମଧ୍ୟରେ ଦିଲ୍ଲୀ ଏବଂ ମସ୍କଟ ମଧ୍ୟରେ ସାପ୍ତାହିକ ବିମାନ ଚଳାଚଳ କରିବ ନାହିଁ। ଏଥି ସହିତ ୩୦ ଏପ୍ରିଲରୁ ୨୮ ମେ ମଧ୍ୟରେ ଦିଲ୍ଲୀ ଏବଂ ଦୋହା ମଧ୍ୟରେ ବିମାନ ଚଳାଚଳ କରିବ ନାହିଁ।

ଦିଲ୍ଲୀ ଏବଂ ଦୁବାଇ ମଧ୍ୟରେ ସାପ୍ତାହିକ ବିମାନ ମେ ୨ ରୁ ମେ ୩୦ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ଏଥି ସହିତ ଦିଲ୍ଲୀ ଏବଂ ଆବୁଧାବି ମଧ୍ୟରେ ଚାଲୁଥିବା ବିମାନ ମଧ୍ୟ ମେ ୩ ରୁ ମେ ୩୧ ମଧ୍ୟରେ ବନ୍ଦ ରହିବ। ଏହାପୂର୍ବରୁ ମାର୍ଚ୍ଚରେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ସୂଚନା ଦେଇଥିଲେ ଯେ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ଅଭାବ ହେତୁ ଆମେରିକାର କିଛି ରୁଟରେ ବିମାନ ଉଡାଣକୁ ହ୍ରାସ କରାଯାଉଛି।

ଏୟାର ଇଣ୍ଡିଆ ଦୀର୍ଘ ସମୟ ଧରି ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ଅଭାବ ସମସ୍ୟାର ସମ୍ମୁଖୀନ ହେଉଛି | ଜୁନ୍ ୨୦୨୨ରେ, କମ୍ପାନୀର ୧୫୦୦ କ୍ରୁ ସଦସ୍ୟ ଭିଆରଏସ ନେଇଥିଲେ | ସେବେଠାରୁ ବିମାନ ସେବାରେ କର୍ମଚାରୀଙ୍କ ଅଭାବ ଦେଖାଦେଥିବା ସୂଚନା ମିଳିଛି ।

Leave A Reply

Your email address will not be published.