ଚୀନକୁ ଏକ ଲକ୍ଷ ମାଙ୍କଡ଼ ବିକି ଆର୍ଥିକ ସ୍ଥିତି ସୁଧାରିବ ଶ୍ରୀଲଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନକୁ ଏକ ଲକ୍ଷ ମାଙ୍କଡ଼ ବିକି ଆର୍ଥିକ ସ୍ଥିତି ସୁଧାରିବ ଶ୍ରୀଲଙ୍କା ।  ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଶ୍ରୀଲଙ୍କା ତେଣୁ ମାଙ୍କଡ ମାନଙ୍କୁ ଚୀନକୁ ଦେଇ କିଛି ଅର୍ଥ ଉପାର୍ଜନ କରିବାକୁ ଯୋଜନା କରୁଛି ଶ୍ରୀଲଙ୍କା । ମାଙ୍କଡ ରପ୍ତାନୀ ନେଇ ୩ଟି ପର୍ଯ୍ୟାୟରେ ହୋଇଛି ଆଲୋଚନା । ଟୋକେ ମକାକ୍ ମାଙ୍କଡ ନେବାକୁ ଚାହୁଁଛି ଚୀନ । ଚୀନରେ ଥିବା ବିଭିନ୍ନ ଚିଡିଆଖାନାରେ ରହିବେ ଏହି ମାଙ୍କଡ । ଶ୍ରୀଲଙ୍କାରେ ଏବେ ଅଛନ୍ତି ୩୦ଲକ୍ଷରୁ ଏହି ପ୍ରଜାତିର ମାଙ୍କଡ ରହିଛନ୍ତି । ତେବେ ଏକଥାର ମଧ୍ୟ ଚର୍ଚ୍ଚା ହେଉଛି କି ବହୁ ମାତ୍ରାରେ ଫସଲ ନଷ୍ଟ କରୁଥିବାରୁ ମାଙ୍କଡ ରପ୍ତାନୀ କରିବ ଶ୍ରୀଲଙ୍କା । ଲୋକଙ୍କୁ ଆକ୍ରମଣ, ଖାଦ୍ୟ ଚୋରି, ଫସଲ ନଷ୍ଟ ଅଧିକ ହେଉଥିବାରୁ ଚିନ୍ତାରେ ଶ୍ରୀଲଙ୍କା ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାର ଚାଇନାକୁ ଅନୁସରଣ କରିବାକୁ ଯାଇ ଉଚ୍ଚ ଦରରେ ଋଣ ଆଣି ଭିତ୍ତିିଭୂମିର ବିକାଶ କରିବାକୁ ଚିନ୍ତା କରିଥିଲେ; ମାତ୍ର ଏଥିରେ ଦୁର୍ନୀତି, ଦୂରଦୃଷ୍ଟିର ଅଭାବ, ରାଜନୈତିକ ହସ୍ତକ୍ଷେପ ଏବଂ କୁପରିଚାଳନା ଏତେ କ୍ଷତି କଲା ଯେ ଶ୍ରୀଲଙ୍କା ଆଉ ଋଣ ଯନ୍ତାରୁ ମୁକୁଳିପାରିଲାନି। ଯଦି ଏହି ପ୍ରମୁଖ କାରଣରୁ ଶ୍ରୀଲଙ୍କା ବରବାଦ ତେବେ ଏହି ବ୍ୟାପକ ଋଣ ନୀତି ଯେ ଦିନେ ଭାରତକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଠିଆ ନ କରେଇବ ତାହା ନିଃସନ୍ଦେହ। ଭାରତର ଋଣ ବୋଝ ଯଥେଷ୍ଟ ବୃଦ୍ଧି ପାଇ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି କେତେକେ ଅର୍ଥନୀତିଜ୍ଞ ଓ ବିଦେଶୀ କ୍ରେଡିଟ୍‌ ରେଟିଙ୍ଗ୍‌ ସଂସ୍ଥା ଆକଳନ କଲେଣି। ସ୍ଥିତି ଏପରି ହେଲାଣି ଯେ, ସରକାରଙ୍କର ଋଣ ବୋଝ ବୃଦ୍ଧି ପାଇ ୧୨୮.୪୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିସାରିଲାଣି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଏ ବାବଦରେ ସ୍ପଷ୍ଟ କରାଯାଇଛି। ତେବେ ଏହି କ୍ରମରେ ଦେଶର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ପିଛା ଋଣ ୯୮,୭୭୬ ଟଙ୍କା ଛୁଇଁଲାଣି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୧୪ ସୁଦ୍ଧା ସରକାରଙ୍କ ସମୁଦାୟ ଋଣର ପରିମାଣ ଥିଲା ୫୦.୬୯ ଲକ୍ଷ କୋଟି ଟଙ୍କା। ଅର୍ଥାତ୍‌ ଏହି ୮ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ଦୁଇ ଗୁଣରୁ ଅଧିକ ହୋଇଗଲାଣି।

ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ସରକାରଙ୍କ ଋଣ ବୋଝ ପ୍ରଥମ ଥର ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬୦.୫ ପ୍ରତିଶତ ହୋଇଥିଲା, ଯାହା ପୂର୍ବ ବର୍ଷ ୫୧.୬ ପ୍ରତିଶତ ଥିଲା। ଏହାରି ମଧ୍ୟରେ ସମୁଦାୟ ସରକାରୀ ଋଣ (କେନ୍ଦ୍ର ଓ ରାଜ୍ୟ ମିଶି) ଜିଡିପିର ୯୦ ପ୍ରତିଶତରୁ ଅଧିକ ହେଲାଣି, ଫଳରେ ଭାରତ, ବ୍ରାଜିଲ ଓ ଆର୍ଜେଣ୍ଟିନା ପଛକୁ ସବୁଠାରୁ ଅଧିକ ଋଣଗ୍ରସ୍ତ ବିକାଶଶୀଳ ଦେଶରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତର ଏହି ଉଚ୍ଚ ଋଣ-ଜିଡିପି ପ୍ରତିଶତ କମ୍‌ ହେବା ବଦଳରେ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥତ୍କବର୍ଷ ଶେଷସୁଦ୍ଧା ୯୨ ପ୍ରତିଶତରେ ପହଞ୍ଚତ୍ପାରେ। ପୂର୍ବରୁ ଭାରତର ସର୍ବୋଚ୍ଚ ଋଣ-ଜିଡିପି ପ୍ରତିଶତ ୨୦୦୩ରେ ୮୪ ପ୍ରତିଶତ ହୋଇଥିଲା, ଯାହାକୁ କମ୍‌ କରି ୬୬ ପ୍ରତିଶତରେ ପହଞ୍ଚାଇବାକୁ ୭ ବର୍ଷ ଲାଗିଯାଇଥିଲା।

ଯଦି ପଡ଼ୋଶୀ ଶ୍ରୀଲଙ୍କାର ଋଣର ସୀମାକୁ ଆକଳନ କରିବା ତେବେ ଶ୍ରୀଲଙ୍କା ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫ ବିଲିୟନ୍‌ ଡଲାର ଋଣ ଆଣି ଶୁଝିବାରେ ଅସମର୍ଥ ହେବାରୁ ସରକାର ଦେଶକୁ ଦେବାଳିଆ ଘୋଷଣା କରିସାରିଛନ୍ତି। ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଆଣିବା ଉପରେ ପୂର୍ବରୁ ଇଣ୍ଟରନ୍ୟାଶନାଲ ରେଟିଂ ଏଜେନ୍ସିଗୁଡ଼ିକ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ। ଗତ ମାର୍ଚ୍ଚ ଶେଷସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ ଡଲାର ଥିବାବେଳେ ଏହି ଦେଶକୁ ଚଳିତବର୍ଷ ପାଖାପାଖି ୭ ବିଲିଅନ୍‌ ଡଲାର ଶୁଝିବାକୁ ଥିଲା, କିନ୍ତୁ ଦେଶ ଏହାକୁ ଗୁରୁତ୍ୱ ନ ଦେଇ ମାଗଣା ଯୋଜନାକୁ ବ୍ୟାପକ କରିଥିଲା। ଫଳସ୍ବରୂପ ଶ୍ରୀଲଙ୍କା ଆଉ ଋଣ ଶୁଝିବାରେ ସକ୍ଷମ ହୋଇପାରିଲା ନାହିଁ। ସେଠାକାର ସରକାରଙ୍କ ଭୁଲ୍‌ ପରିଚାଳନା ପାଇଁ ପ୍ରାୟ ୨.୨ କୋଟି ଲୋକ ଏବେ ଉତ୍କଟ ସମସ୍ୟା ଭିତରେ ଦିନ କାଟୁଛନ୍ତି।

Leave A Reply

Your email address will not be published.