‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’: ବାଜି ମାରିନେଲେ ନନ୍ଦିନୀ ଗୁପ୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଘୋଷଣା ହୋଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ର ତାଲିକା । ଚଳିତ ଥର ବାଜି ମାରିନେଇଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା । ଏଥର ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଟାଇଟଲ୍ ଜିତିଛନ୍ତି। ସେ ଦେଶର ୫୯ତମ ମିସ୍ ଇଣ୍ଡିଆ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ଭାଗ ନେଇଥିବା ଅନ୍ୟାନ୍ୟ ସୁନ୍ଦରୀମାନଙ୍କୁ ପଛରେ ପକେଇ ନନ୍ଦିନୀ ଗୁପ୍ତା ଏହି ଟାଇଟଲ୍ ହାସଲ କରିଛନ୍ତି। ସେହିପରି ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ମଣିପୁରର ଥୋନାଓଜାମ ଷ୍ଟ୍ରେଲା ଲୁୱାଙ୍ଗଙ୍କୁ ଦ୍ୱିତୀୟ ରନର୍ ଅପ୍ ଘୋଷିତ କରାଯାଇଛି। ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହୋଇଥିଲେ। ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଗ୍ରାଣ୍ଡ ଫିନାଲ୍ ମଣିପୁରର ଇମ୍ଫାଲ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନନ୍ୟା ପାଣ୍ଡେଙ୍କ ଠାରୁ ଆରମ୍ଭ କରି କାର୍ତ୍ତିକ ଆର୍ଯ୍ୟନ ଓ ନେହା ଧୂପିୟାଙ୍କ ଭଳି ବଲିଉଡ ତାରକାମାନେ ସାମିଲ୍ ହୋଇଥିଲେ। ଏଥର ମଣିପୁରରେ ଆୟୋଜିତ ହୋଇଥିବା ‘ଫେମିନା ମିସ୍ ଇଣ୍ଡିଆ ୨୦୨୩’ ରେ ଦେଶର ବିଭିନ୍ନ ସ୍ଥାନରୁ ସୁନ୍ଦରୀମାନେ ଅଂଶଗ୍ରହଣ କରିଥିଲେ। ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଯୁବତୀମାନେ ଏଥିରେ ଭାଗ ନେଇଥିଲେ। ତେବେ ଏହି ଜବରଦସ୍ତ ବିଜୟ ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡର ପରବର୍ତ୍ତୀ ସିଜନରେ ଦେଶର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।

https://www.instagram.com/p/CrFkTsSprl8/

ଗତ ବର୍ଷ ସିନି ଶେଟ୍ଟୀ ମିସ୍ ୱାର୍ଲ୍ଡରେ ଦେଶର ପ୍ରତିନିଧିତ୍ୱ କରିଥିଲେ। ସେ କିନ୍ତୁ ମୁକୁଟରୁ ବଞ୍ଚିତ ହୋଇଥିଲେ। ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ସହରର ବାସିନ୍ଦା। ଏହି ମୁକୁଟକୁ ତାଙ୍କ ନାମରେ କରିବା ପାଇଁ ନନ୍ଦିନୀ କଠିନ ପରିଶ୍ରମ କରିଛନ୍ତି। ନନ୍ଦିନୀ ବହୁ ଦିନରୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। ଏହି ସ୍ୱପ୍ନକୁ ପୂରଣ କରି ସେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି। ଖାଲି ମଡେଲିଂ ନୁହେଁ, ଏହା ସହିତ ସେ ନିଜ ଅଧ୍ୟୟନ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି। ସେ ଭଲ ପାଠ ମଧ୍ୟ ପଢନ୍ତି। ସେ ସେଣ୍ଟ୍‌ ପାଲ୍ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ଲାଲା ଲଜପତ ରାୟ କଲେଜରେ ବିଜିନେସ୍ ମ୍ୟାନେଜ୍‌ମେଣ୍ଟ୍ କୋର୍ସ କରୁଛନ୍ତି। ନନ୍ଦିନୀଙ୍କ ବିଷୟରେ କୁହାଯାଏ ଯେ ଯେତେବେଳେ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା, ସେତେବେଳେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ପାଇବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ୧୯ ବର୍ଷରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି।

୧୯ ବର୍ଷୀୟ ନନ୍ଦିନୀ ରାଜସ୍ଥାନ ଅନ୍ତର୍ଗତ କୋଟାରେ ରୁହନ୍ତି । ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ଡିଗ୍ରି ହାସଲ୍‌ କରିଛନ୍ତି । ନନ୍ଦିନୀ ମଡେଲିଙ୍ଗ୍‌ କରିବାକୁ ଅଧିକ ପସନ୍ଦ କରନ୍ତି । ନନ୍ଦିନୀ ‘ଲାଲା ଲଜପତ୍‌ ରାୟ କଲେଜ୍‌’ରେ ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ନାଁ ଲେଖାଇବା ପୂର୍ବରୁ ସେ ‘ସେଣ୍ଟ ପଲ୍‌ସ୍‌ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌’ର ଛାତ୍ରୀ ଥିଲେ। ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ଏହି ମୁକୁଟ ପ୍ରଦାନ ଉତ୍ସବରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଅନନ୍ୟା ପାଣ୍ଡେ ଚିତ୍ତାକ‌ର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି, ପୂର୍ବତନ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ବିଜୟିନୀ ସିନି ଶେଟ୍ଟୀ, ରୁବାଲ୍‌ ଶେଖାୱତ୍‌, ଶିନାତା ଚୌହାନ୍‌, ମନଷା ବାରାଣସୀ, ମାଣିକ ଶେଓକନ୍ଦ, ମାୟା ସିଂହ, ସୁମନ ରାଓ ଓ ଶିବାନୀ ଯାଦବ ମଧ୍ୟ ଚମତ୍କାର ମୋହେ ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଶଣ କରିଥିଲେ।

Leave A Reply

Your email address will not be published.