ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ବିଫଳ ହେଲେ, ଜୀବନ ଜିଇଁବାରୁ ଆଶା ଛାଡି ବିଷ ଖାଇ ଆତ୍ମହତ୍ୟା କଲେ ଯୁବକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଚାକିରି ନହେବାରୁ ଜୀବନ ଜିଇଁବାରୁ ଆଶା ଛାଡି ବିଷ ଖାଇ ଆତ୍ମହତ୍ୟା କଲେ ଯୁବକ । ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ମଧ୍ଯ ହେଲାନାହିଁ ଚାକିରି । ଶେଷରେ ହତାଶ ହୋଇ ମାନସିକ ଭାରସାମ୍ୟ ହରାଇ ଆଜି ବିଷ ଖାଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ରେକୁଟିଆ ଗାଁ ରେ । ମୃତକ ରେକୁଟିଆ ଗାଁର ଅଜୟ କୁମାର ନାୟକ ଙ୍କ ଏକମାତ୍ର ପୁଅ ତ୍ରିନାଥ । ଗତ ୩ବର୍ଷ ଧରି ତ୍ରିନାଥ ପ୍ରତିରକ୍ଷା ବିଭାଗ, ପାରା ମିଲିଟାରୀ ସମେତ ଓଡିଶା ପୋଲିସର ର ବିଭିନ୍ନ ପଦ ପଦବୀ ପାଇଁ ପରିକ୍ଷା ଦେଇଥିଲେ ମଧ୍ଯ ତାଙ୍କୁ ସଫଳତା ମିଳିନଥିଲା ।

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଓଡିଶା ପୋଲିସ୍ ର କନେଷ୍ଟବଳ ପଦବୀ ପାଇଁ ମଧ୍ଯ ଆବେଦନ କରି ପରିକ୍ଷା ଦେଇଥିଲେ । ପରିକ୍ଷା ର ଫଳାଫଳ ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରକାଶ ପାଇବା ପରେ ତାଙ୍କ ନାମ ଲିଷ୍ଟ ରେ ନଥିବା ଜାଣି ହତାଶ ହୋଇଥିଲେ । ଆଜି କନେଷ୍ଟବଳ ପରୀକ୍ଷାରେ କୃତ କାର୍ଯ୍ଯ ହୋଇଥିବା ସାଙ୍ଗ ମାନେ ବିଭାଗରୁ ଡକରାପାଇ କାର୍ଯ୍ଯରେ ଯୋଗଦେବାକୁ ଯାଇଥିଲେ । ହେଲେ ବାରମ୍ବାର ପରିକ୍ଷା ରେ ବିଫଳ ହେବାରୁ ନିରାଶ ଓ ହତୋତ୍ସାହିତ ଥିବା ତ୍ରିନାଥ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଦେଲେ ।ଏହି ଘଟଣାକୁ ନେଇଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେପଟେ ଘସିପୁରା ପୋଲିସ ଖବରପାଇ ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାରେ ପହଁଞ୍ଚାଇଛି । ପୋଲିସ୍ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.