କର୍ଣ୍ଣାଟକ ନିର୍ବାଚନ: ବିଜେପି ଘୋଷଣା କଲା ୩ୟ ପ୍ରାର୍ଥୀ ତାଲିକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳ ଛାଡ଼ିବା ପରେ ଏହି ତାଲିକା ପ୍ରକାଶ ପାଇଛି । ନୂଆ ତାଲିକାରେ ହୁବିଳି-ଧରଓ୍ବାର୍ଡ ସେଣ୍ଟ୍ରାଲ  ଆସନ ପାଇଁ ସେଟ୍ଟାରଙ୍କ ସ୍ଥାନରେ ମହେଶ ଟେଙ୍ଗିନାକାଇଙ୍କୁ ଟିକେଟ୍ ଦିଆଯାଇଛି । ସେଟ୍ଟାରଙ୍କୁ ଟିକେଟ ଦିଆନଯିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ । ୩ୟ ଦଫା ତାଲିକାରେ ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବର୍ତ୍ତମାନ ବିଧାୟକ ଥିବା ଅରବିନ୍ଦ ଲିମ୍ବାବଲିଙ୍କ ଟିକଟ କଟିଥିବାବେଳେ ତାଙ୍କ ପତ୍ନୀ ମଞ୍ଜୁଳାଙ୍କୁ କୋପ୍ପାଲ ଆସନ ପାଇଁ ଟିକେଟ ଦିଆଯାଇଛି । ଗୋବିନ୍ଦରାଜ ନଗର ଆସନରୁ ଉମେଶ ସେଟ୍ଟିଙ୍କୁ ଟିକେଟ ଦିଆଯାଇଛି । ପୂର୍ବତନ ବିଧାୟକ ସୁବ୍ରମଣ୍ୟମ୍ ନାଇଡୁଙ୍କ ପୁଅ କଟ୍ଟା ଜଗଦୀଶଙ୍କୁ ହେବ୍ବାଲରୁ ଟିକେଟ ଦିଆଯାଇଛି । ସେଦାମ ଆସନ ପାଇଁ ରାଜକୁମାର ପାଟିଲଙ୍କୁ ଟିକେଟ ଦିଆଯାଇଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଶିବମୋଗା ସିଟି ଓ ମାନବି ରାଇଚୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଶିବମୋଗା ନିମନ୍ତେ ଇଶ୍ବରପ୍ପା ନିଜ ପୁଅକୁ ଟିକେଟ ଦେବାକୁ ଲବି କରୁଛନ୍ତି । ପ୍ରଥମ ଦଫାରେ ବିଜେପି ୧୮୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ୨ୟ ଦଫାରେ ୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଆସନ୍ତା ମେ ୧୦ରେ ରାଜ୍ୟରେ ଭୋଟଗ୍ରହଣ ହେବ ଓ ୧୩ରେ ଫଳାଫଳ ପ୍ରକାଶ ପାଇବ ।

ଏପଟେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଟିକେଟ୍ ପ୍ରତ୍ୟାଖ୍ୟାନ ହେତୁ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଗୋଟିଏ ଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ଜଗଦୀଶ ଶେଟ୍ଟର ରବିବାର ରାତିରେ କଂଗ୍ରେସ ନେତାମାନଙ୍କୁ ଭେଟିଥିଲେ। ବିଜେପି ଛାଡିବାବେଳେ ଶେଟ୍ଟର କହିଥିଲେ ଯେ ସେ ଭାରି ହୃଦୟରେ ଇସ୍ତଫା ଦେଇଛନ୍ତି। ସେ ଖୁବ ଶୀଘ୍ର ଆଗାମୀ ଯୋଜନା ବିଷୟରେ ପ୍ରକାଶ କରିବେ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ପୂର୍ବତନ ଡେପୁଟି ସିଏମ୍ ଲକ୍ଷ୍ମଣ ସାବାଡି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ସାବାଡିଙ୍କ ପରି କଂଗ୍ରେସ ମଧ୍ୟ ଶେଟ୍ଟରକୁ ଟିକେଟ୍ ଦେବାକୁ ପ୍ରତିଶୃତି ଦେଇଛି। କଂଗ୍ରେସରେ ଯୋଗଦେବା ପରେ ଶେଟ୍ଟର କହିଛନ୍ତି, ‘ମୁଁ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛି। କଂଗ୍ରେସର ସଦସ୍ୟତା ନେଇ ଅଧିକାଂଶ ଲୋକ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି। ବିଜେପି ମୋତେ ପ୍ରତ୍ୟେକ ପୋଷ୍ଟ ଦେଇଥିଲା ଏବଂ ଜଣେ କର୍ମୀ ହୋଇ ମୁଁ ସବୁବେଳେ ବିଜେପିର ବିକାଶ ପାଇଁ କାମ କରିଥିଲି ଜ୍ଝ ମୁଁ ଭାବିଲି ଜଣେ ବରିଷ୍ଠ ନେତା ହୋଇଥିବାରୁ ମୁଁ ଟିକେଟ ପାଇବି। କିନ୍ତୁ, ଯେତେବେଳେ ମୁଁ ଜାଣିଲି ଯେ ମୁଁ ଟିକେଟ୍ ପାଇନାହିଁ, ସେତେବେଳେ ମୁଁ ଆଶ୍ଚର୍ୟ୍ୟ ହୋଇଗଲି ଜ୍ଝ କେହି ମୋ ସହ କଥା ହୋଇନଥିଲେ। ମୋତେ ପରବର୍ତ୍ତୀ ସମୟରେ କେଉଁ ପୋଷ୍ଟ ମିଳିବ ବୋଲି କେହି ମୋତେ ଆଶ୍ୱାସନା ମଧ୍ୟ ଦେଇ ନାହାଁନ୍ତି।

Leave A Reply

Your email address will not be published.