ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲାରେ ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ଉଭୟ ଧାର୍ମିକ ଓ ହାଇଡ୍ରୋଲୋଜିକାଲ ଉତ୍ପତିସ୍ଥଳକୁ ବୁଲି ଅନୁଧ୍ୟାନ କରିଛନ୍ତି ଏହି ଟିମ୍ । ଆଜି ଟିମ୍ ରାୟପୁରରୁ ବାହାରି ଧମତରୀ ପହଂଚିବା ପରେ ମାଣ୍ଡମସିଲ୍ଲୀ ଜଳାଶୟକୁ ଯାଇ ନିରୀକ୍ଷଣ କରିଛନ୍ତି । ଏହା ପରେ ଗଙ୍ଗରେଲ ଜଳାଶୟ ଓ ନ୍ୟୁ ଋଦ୍ରୀ ବ୍ୟାରେଜ୍ ପରିଦର୍ଶନ କରିଛନ୍ତି । ଗତକାଲି ଏହି ଟିମ୍ ଛତିଶଗଡ଼ ଓ ମଧ୍ୟପ୍ରଦେଶର ସୀମାନ୍ତରେ ଥିବା ସିହାୱା ପର୍ବତମାଳାକୁ ଯାଇଥିଲେ । ଏହି ସିହାୱାରୁ ନିର୍ଗତ ଝରଣା ହାଇଡ୍ରୋଲୋଜି ଦୃଷ୍ଟିରୁ ମହାନଦୀର ଉତ୍ପତି ସ୍ଥଳ ଭାବେ ପରିଚିତ । ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ତାରିଖରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରିବେ । ସକାଳ ୮ଟା ୩୦ରେ ରାୟପୁର ପରିଦର୍ଶନ କରିବେ ପରେ ସକାଳ ୧୦ଟା ୩୦ରେ ଧମତରୀ ଅଭିନମୁଖେ ଯାଇଥିଲେ । ଏହା ପରେ ଦିନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ମାଣ୍ଡମ୍ସିଲ୍ଲୀ ଜଳାଶୟ ନିରୀକ୍ଷଣ କରିଥିଲେ । ତା ପରେ ୧୨ଟା ୧୫ରୁ ୧ଟା ୩୦ ଯାଏ ଗଙ୍ଗରେଲ ଜଳାଶୟ ବୁଲି ଦେଖିଥିଲେ । ଏସବୁ ବୁଲିସାରିବା ପରେ ୨ଟାରୁ ୩ଟା ୩୦- ନ୍ୟୁ ଋଦ୍ରୀ ବ୍ୟାରେଜ୍ ବୁଲି ଦେଖିଛନ୍ତି ।

ଓଡ଼ିଶାର ଲାଇଫ୍ ଲାଇନ କୁହାଯାଉଥିବା ମହାନଦୀ ଉପରେ ଅଧା ଓଡ଼ିଶାର ଲୋକ ମହାନଦୀ ନିର୍ଭର କରନ୍ତି । ଛତିଶଗଡ଼ରେ ମହାନଦୀ ଉପରେ ମାଳ ମାଳ ବ୍ୟାରେଜ୍ ଓ ବନ୍ଧ ତିଆରି କରାଯାଉଛି । ଫଳରେ ଜଳପ୍ରବାହ କମୁଛି । ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାଣି ଅଭାବ ଦେଖାଦେଉଛି । ଅନେକ କିଲୋମିଟର ପର୍ଯ୍ୟନ୍ତ ପାଣି ଘୁଂଚି ଯାଇଥିବାରୁ କେବଳ ବାଲିଶଯ୍ୟା ଦେଖିବାକୁ ମିଳୁଛି । ଜଳ ଭଣ୍ଡାରରେ ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି । ଛତିଶଗଡ଼ରୁ ପ୍ରବାହିତ ମହାନଦୀ ଜଳ ହୀରାକୁଦ ଡ୍ୟାମରେ ଗଚ୍ଛିତ ହେଉଛି । କିନ୍ତୁ ପାଣି ଯେତିକି ଆସିବା କଥା ଆସୁନଥିବାରୁ ତଳମୁଣ୍ଡକୁ ଆବଶ୍ୟକ ମୁତାବକ ପାଣି ଛଡ଼ା ଯାଇ ପାରୁନାହିଁ । ତେବେ ଆସିଥିବା ଟିମ୍ କେତେକ ମୁଖ୍ୟ ଦିଗକୁ ଆଧାର କରି ସ୍ଥିତି ପରଖୁଛନ୍ତି । ଯାହାକୁ ଆଧାରକରି ସେ ରିପୋର୍ୟ ପ୍ରକାଶ କରିବେ । ତେବେ ମୁଖ୍ୟ ଆଧାର ଗୁଡ଼ିକ ମଧ୍ୟରେ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ ୫୧୬ଟି ଆନିକଟ କାମ କରୁଛି,  ୨୯ଟି ମଧ୍ୟମ ଧରଣ ଡ୍ୟାମ, ୧୦ଟି ବଡ ବଡ ଡ୍ୟାମ୍ ନିର୍ମାଣ କରାଯାଉଛି, ବଡ଼ ବଡ଼ ଡ୍ୟାମ୍ କାମ ଚାଲୁଥିବାରୁ ପାଣି ଅଟକାଯାଉଛି, ଛତିଶଗଡ଼ ପାଣି ଅଟକାଉଥିବାରୁ ପ୍ରଭାବ ଓଡ଼ିଶା ଉପରେ ପଡୁଛି, ମହାନଦୀର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ଯୋଜନା କରିଛି ଛତିଶଗଡ଼, ଏଥିପାଇଁ ଛତିଶଗଡ଼ ଖର୍ଚ୍ଚ କରିବ ୫୭୧ କୋଟି ୭୨ ଲକ୍ଷ ଟଙ୍କା, ନିୟମ ଅନୁସାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଆନିକଟ ତିଆରି କରାଯାଇପାରିବ, ଛୋଟ ଡ୍ୟାମ୍ ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁମତି ଦରକାର ନାହିଁ, କିନ୍ତୁ ମଧ୍ୟମ ଓ ବଡ଼ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିର ଅନୁମତି ନିହାତି ଆବଶ୍ୟକ, ଛତିଶଗଡ଼ ନିର୍ମାଣ କରିଥିବା ପ୍ରକଳ୍ପର ଅନୁଧ୍ୟାନ କରି ରିପୋର୍ଟ ଦେବ ଟ୍ରିବ୍ୟୁନାଲ, ଅଣମୌସୁମୀ ସମୟରେ ଓଡ଼ିଶାକୁ ୩୦% କମ୍ ପାଣି ମିଳୁଥିବା ଅଭିଯୋଗ ରହିଛି ଓଡ଼ିଶା ଭାଗର ପାଣି ଛତିଶଗଡ଼ର ୪୮ଟି କଳକାରଖାନାକୁ ଦିଆଯାଉଛି ଏହି ସବୁ ଦିଗକୁ ଅନଧ୍ୟ୍ୟାନ କରୁଛନ୍ତି ।

ଏପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ସଦସ୍ୟ ଛତିଶଗଡ଼ ପରିଦର୍ଶନରେ ଆସିବା ପରେ ମହାନଦୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ବୁଧବାର ଦିନ ଏ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ଯେ ମହାନଦୀକୁ ନେଇ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମୁଁ ଦେଢ଼ ବର୍ଷ ହେଲା ମନ୍ତ୍ରୀ ହେଲିଣି, ହେଲେ ଏହି ବିବାଦ ନେଇ ଆଜି ପର୍ଯ୍ୟନ୍ତ ମୋ ସହ କେହି ଆଲୋଚନା କରିନାହାନ୍ତି। ମହାନଦୀ ଉପରେ ରାଜ୍ୟ ସରକାର କାହିଁକି ବ୍ୟାରେଜ୍ କରୁନାହାନ୍ତି। ଆଗକୁ ନିର୍ବାଚନ ଥିବାରୁ ମହାନଦୀକୁ ନେଇ ନାଟକ କରାଯାଉଛି। ସେହିପରି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି, ଟ୍ରିବ୍ୟୁନାଲ ଯେତେ ସମୟ ନେଲେଣି ଲାଗୁନି ଓଡ଼ିଶାବାସୀଙ୍କୁ ଟ୍ରିବ୍ୟୁନାଲରୁ ନ୍ୟାୟ ମିଳିବ। ମହାନଦୀରେ ପାଣି ନଥିବାରୁ ଓଡ଼ିଶାବାସୀ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି। ନଦୀନାଳରେ ପାଣି ନାହିଁ, ସବୁଆଡ଼େ ହାହାକାର ସ୍ଥିତି। ରାଜ୍ୟ ସରକାର ଡ୍ୟାମ୍, ବ୍ୟାରେଜ୍ କରିବାରେ ବିଫଳ ହୋଇଛନ୍ତି। ମନ୍ଦିର ନିର୍ମାଣ ପାଇଁ ସରକାର ଶହଶହ କୋଟି ଖର୍ଚ୍ଚ କରୁଛନ୍ତି, କିନ୍ତୁ ବ୍ୟାରେଜ୍‌ କି ଡ୍ୟାମ୍ କଲେ ନାହିଁ। ଗୋଟେପଟେ ଛତିଶଗଡ଼ର ବେଆଇନ କାମ, ଅନ୍ୟପଟେ ରାଜ୍ୟ ସରକାର ନିରବ ରହିବାର ଫଳ ଓଡ଼ିଶାବାସୀ ଭୋଗୁଛନ୍ତି।

Leave A Reply

Your email address will not be published.