ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଲିଙ୍ଗୀ ବିବାହକୁ ନେଇ ଲଗାତର ତିନି ଦିନ ହେଲା ସୁପ୍ରିମକୋର୍ଟରେ ଏହି ମାମଲାର ବିଚାର ଜାରି ରହିଛି । ଯଦିଓ କେନ୍ଦ୍ର ସରକାର ଏହା ସପକ୍ଷରେ ନାହାଁନ୍ତି କିନ୍ତୁ ଏହା ସପକ୍ଷରେ ଯୁକ୍ତି ବାଢିଛନ୍ତି ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ। ସୁପ୍ରିମକୋର୍ଟ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ଯୌନଗତ ଇଛା ପାଇଁ ତାଙ୍କ ସହ ପାତରଅନ୍ତର କରାଯାଇପାରିବ ନାହିଁ । ସମଲିଙ୍ଗୀ ବିବାହ କେବଳ ଶାରୀରିକ ସମ୍ପର୍କ ନୁହେଁ, ଏଥିରେ ଆବେଗର ସମ୍ପର୍କ ଅଛି । ସମଲିଙ୍ଗୀ ବିବାହ ପାଇଁ ବିବାହର ପ୍ରକୃତ ଅର୍ଥକୁ ବୁଝିବାକୁ ପଡିବ । ବିବାହ ପାଇଁ କେବଳ ପୁରୁଷ ବା ସ୍ତ୍ରୀ ହେବା ଜରୁରୀ କି ? ଧାରା ୩୭୭ ଉଚ୍ଛେଦ ପରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚିନ୍ତାଧାରା ବଦଳିଛି । ଏହି ମାମଲା ଶୁଣାଣି ବେଳେ ମୁହାଁମୁହିଁ ପରିସ୍ଥତିକୁ ଆସିଛନ୍ତି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରହତୋଗୀ ଯୁକ୍ତି ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାର କହିଛନ୍ତି. ଭାରତୀୟ ପରିବାର ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ନେଇ ଗଠିତ, ସମଲିଙ୍ଗୀ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କୌଣସି ନିଷ୍ପତି ନେବା ପୂର୍ବରୁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମତାମତ ଆବଶ୍ୟକ। ସୁପ୍ରମିକୋର୍ଟ କହିଛନ୍ତି, ଆପଣଙ୍କ ଅନୁସାରେ ମାମଲାକୁ ବିସ୍ତୃତ କରାନଯାଉ,ଏହାଦ୍ୱାରା ସମସ୍ୟା ବଢିବ। ଆବେଦକାରୀ ଓକିଲ କହିଛନ୍ତି, ସମଲିଙ୍ଗୀ ସମ୍ପର୍କକୁ ସହରର ଉଚ୍ଚଶ୍ରେଣୀର ମତ କହିବା ଅନ୍ୟାୟ । ତେବେ ସର୍ବୋଚ୍ଚ କୋଟ କ’ଣ ରାୟ ଶୁଣାଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ଧାରା ୩୭୭ କୁ ଅପରାଧ ମୁକ୍ତ କରାଯାଇଥିବାରୁ ଆବେଦନକାରୀ ଭାରତୀୟ ଆଇନ ଅଧୀନରେ ନିଜର ମୌଳିକ ଅଧିକାର କଥା କହି ସମଲିଙ୍ଗୀ ବିବାହକୁ ଆଇନ ଗତ ମାନ୍ୟତା ଦିଆଯାଇପାରିବ ନାହିଁ। ଭାରତୀୟ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାର କହିଥିଲେ । କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ ଜଣାଇଛନ୍ତି ହେଲେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ନାରାଜ ଅଛନ୍ତି। ଆମେରିକାରେ ସମଲିଙ୍ଗୀ ବିବାହକୁ ନେଇ ଯେତେବେଳେ ବିଧେୟକ ପାରିତ କରିଥିଲେ ସେତେବେଳେ ସେ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ ପ୍ୟାର-ପ୍ୟାର୍ ହୋତା ହୈ । ଏହି ବିଲ୍ ପାସ୍ ହେବା ନିଶ୍ଚିତ କରିବ ଯେ LGBTQ ଯୁବକମାନେ ପୂର୍ଣ୍ଣ, ସୁଖମୟ ଜୀବନଯାପନ କରିବେ ଏବଂ ନିଜର ପରିବାର ଗଠନ ମଧ୍ୟ କରିପାରିବେ। ସମଲିଙ୍ଗୀ ବିବାହ, ଯାହାକୁ ସେମ ସେକ୍ସ ମ୍ୟାରେଜ୍ ମଧ୍ୟ କୁହାଯାଏ । ଏଥିରେ, ସମାନ ଲିଙ୍ଗର ଦୁଇଜଣ ବ୍ୟକ୍ତି ପରସ୍ପରକୁ ବିବାହ କରନ୍ତି, ଯେପରି ଦୁଇ ଝିଅ ଏବଂ ଦୁଇ ପୁଅ ପରସ୍ପରକୁ ବିବାହ କରନ୍ତି, ତେବେ ଏହାକୁ ସମଲିଙ୍ଗୀ ବିବାହ କୁହାଯିବ । ତେବେ ଏଠାରେ କହିରଖୁଛୁ ଯେ ସମଲିଙ୍ଗୀ ବିବାହ ଭାରତରେ ଏପର୍ଯ୍ୟନ୍ତ ଆଇନଗତ ନୁହେଁ। ଏଥି ସହିତ, ବିଶ୍ୱର ଏମିତି ୩୨ ଟି ଦେଶ ଅଛି ଯେଉଁଠାରେ ସମଲିଙ୍ଗୀ ବିବାହକୁ ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ମିଳିସାରିଛି।
ଦୁନିଆର ଅନେକ ଦେଶରେ ସେଠାକାର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଏକ ନୂତନ ନାମ ଯୋଡା ଯାଇଛି। ଏହି ଦେଶର ନାମ ହେଉଛି ଆମେରିକା। ଏଠାରେ କହିରଖୁଛୁ ଯେଆମେରିକାର ସଂସଦ ଦ୍ୱାରା ସମାନ ଲିଙ୍ଗ ବିବାହ ବିଲ୍ ପାରିତ ହେବା ସହିତ ସୁପ୍ରିମକୋର୍ଟଙ୍କ ୨୦୧୫ ନିଷ୍ପତ୍ତି ପରେ ବିବାହ କରିଥିବା ହଜାର ହଜାର ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ଏକ ବଡ଼ ଆରାମ ମିଳିଛି। ଏହି ନିଷ୍ପତ୍ତି ଅନୁଯାୟୀ ସମଗ୍ର ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଏହା ସହିତ ବର୍ତ୍ତମାନ ଦୁନିଆର ଅତି କମରେ ୩୨ ଟି ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଛି। ସେହିପରି ଯଦି ଦେଖିବା ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିବା ନେଦରଲ୍ୟାଣ୍ଡ ହେଉଛି ପ୍ରଥମ ଦେଶ। ଏହି ଦେଶ ୧ ଏପ୍ରିଲ ୨୦୦୦ ମସିହାରେ ସମାନ ଲିଙ୍ଗ ବିବାହକୁ ସ୍ୱୀକୃତି ଦେଇଥିଲା । ଅଧିକାଂଶ ୟୁରୋପୀୟ ଏବଂ ଦକ୍ଷିଣ ଆମେରିକୀୟ ଦେଶ ସମଲିଙ୍ଗୀ ବିବାହକୁ ଅନୁମୋଦନ କରନ୍ତି। ମୋଟ ଉପରେ, ୩୨ ଟି ଦେଶ ଏପର୍ଯ୍ୟନ୍ତ ସମଲିଙ୍ଗୀ ବିବାହକୁ ଆଇନଗତ କରିଛନ୍ତି।