ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇର ସମନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଅନ୍ୟ ୪ଟି ରାଜ୍ୟରେ ବିଜେପି ଦ୍ୱାରା ନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଉଲ୍ଲେଖଯୋଗ୍ୟ, ନିକଟରେ ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କ ସହ ଏକ ବିସ୍ଫୋରକ ସାକ୍ଷାତକାରରେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ବିଷୟରେ ଅନେକ ଖୁଲାସା କରିଥିଲେ ସତ୍ୟପାଲ ମଲ୍ଲିକ। ଏହି ସାକ୍ଷାତକାର ପ୍ରସାରିତ ହେବା ପରେ ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଡକାଇଛି। ଏପ୍ରିଲ ୨୮ରେ ସେ ସିବିଆଇ ପ୍ରଶ୍ନର ଉତ୍ତର ଦେବାକୁ ସେ ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବେ।

ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ମିଳିଛି ଯେ  ରିଲାଏନ୍‌ସ ଇନସ୍ୟୁରାନ୍‌ସର ପ୍ରସ୍ତାବିତ ଦୁଇଟି ‌ଯୋଜନାର ଫାଇଲ ଅନୁମୋଦନ କରିବା ଲାଗି ତାଙ୍କୁ ୩୦୦ କୋଟିର ଲାଞ୍ଚ ଯଚା ଯାଇଥିଲା ବୋଲି ସତ୍ୟପାଲ୍ ପ୍ରକାଶ କରିଥିଲେ। ଏହି ଯୋଜନାକୁ ଆରଏସ୍ଏସ୍ ଏବଂ ବିଜେପି ନେତା ରାମ ମାଧବ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସମୟରେ ପାରିତ କରିବାକୁ ମଲ୍ଲିକଙ୍କ ଉପରେ ଚାପ ପକାଉଥିଲେ ଏବଂ ଯାହାକୁ ମଲ୍ଲିକ ବାତିଲ କରିଥିଲେ। ବର୍ତ୍ତମାନ ଏହି ମାମଲାର ତଦନ୍ତ ଲାଗି ସିବିଆଇ ତାଙ୍କୁ ସମନ କରିଛି। ଗତ ଏପ୍ରିଲ ୧୪ ତାରିଖରେ ମଲ୍ଲିକ କରଣ ଥାପରଙ୍କୁ ଏକ ବିସ୍ଫୋରକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ଏହି ଚୁକ୍ତି ବିଷୟରେ ବିଶେଷ ଭାବେ କହିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ନେତା ରାମ ମାଧବ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ରିଲାଏନ୍‌ସ ଇନସ୍ୟୁରାନ୍‌ସ ଦ୍ୱାରା ପ୍ରସ୍ତାବିତ ଏକ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିଥିଲେ। ତେବେ, ଯେତେବେଳେ ମଲ୍ଲିକ ସ୍ପଷ୍ଟ କରିଥିଲେ ଯେ ଏହି ଯୋଜନା ବାତିଲ ହୋଇଛି ଏବଂ କାଗଜପତ୍ର ପ୍ରସ୍ତୁତ ହୋଇଯାଇଛି, ମାଧବ ନିରାଶ ହୋଇ ଫେରି ଯାଇଥିଲେ।

ସୂଚନାଯୋଗ୍ୟ, କିଛିଦିନ ତଳେ ସାକ୍ଷାତକାରରେ ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। ସତ୍ୟପାଲ କଂଗ୍ରେସ, ସମାଜବାଦୀ ପାର୍ଟି ନେତା ଓ ଆର୍‌ଏଲ୍‌ଡି ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି। ଜାତୀୟ ଗଣମାଧ୍ୟମ ଏବିପିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଏହି ଖୁଲାସା କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ସତ୍ୟପାଲ କୌଣସି ନୂଆ ଦଳରେ ସାମିଲ୍ ହେବି କି ନାଇଁ ପ୍ରଶ୍ନ କରିବାରୁ ଶ୍ରୀ ମଲ୍ଲିକ କହିଛନ୍ତି ଯେ କୌଣସି ଦଳରେ ଯୋଗ ଦେବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ। ତେବେ କୃଷକ ପାଇଁ ରାଜନୀତି କରୁଥିବା ଲୋକଙ୍କ ପାଇଁ ନିଶ୍ଚୟ ପ୍ରଚାର କରିବି। ହେଲେ ଏବେ କୌଣସି ଦଳ ବିଷୟରେ କହିବା ଠିକ୍ ହେବ ନାହିଁ। ତେବେ ସପା, କଂଗ୍ରେସ ଓ ଅଜିତ ସିଂହଙ୍କ ପୁଅଙ୍କ ପାଇଁ ପ୍ରଚାର କରିବି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ତେବେ ବିଜେପି ତାଙ୍କୁ ପ୍ରଚାର କରିବାକୁ କହି ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.