ଅନ୍ତରୀକ୍ଷରେ ବଡ଼ିବ ଭାରତର ଦବଦବା: ମହାକାଶ ଗଲା ଇସ୍ରୋର ‘ପିଏସଏଲଭି-ସି ୫୫’ ରକେଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାକାଶକୁ ଗଲା ଇସ୍ରୋର ‘ପିଏସଏଲଭି-ସି ୫୫’ ରକେଟ ।  ବିଶ୍ୱ ଦେଖିଲା ଇସ୍ରୋର କମାଲ । ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ସମାଚାର ଏଜେନ୍ସି ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଶନିବାର ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ୍ ଓ ଗୋଟିଏ ଇନ ହାଉସ୍ ପ୍ଲାଟଫର୍ମ ରହିଛି । ଜାଣିରଖିବା ଉଚିତ୍ ଯେ, ପିଏସଏଲଭି-ସି୫୫ ମିଶନ୍ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧବନ ମହାକାଶ ଲଞ୍ଚ ହୋଇଥିଲା । ଏହା ହେଉଛି ପିଏସଏଲଭିର ୫୭ ନମ୍ବର ଉଡାଣ । ତେବେ ଏହି ମିଶନକୁ ଟିଏଲଇଓଏସ୍-୨ ନାମ ଦିଆଯାଇଥିବାବେଳେ, ଇସ୍ରୋ ଏନେଇ ସମସ୍ତ ତଥ୍ୟ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି । ଇସ୍ରୋ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିବା ଏହି ରକେଟରେ ଇସ୍ରୋର ଦୁଇଟି ସାଟେଲାଇଟ୍ ରହିଥିଲା । ଏହାର ଓଜନ ପାଖାପାଖି ୭୪୧ କିଲୋ ଅଟେ । ସେହିପରି ୧୬ କେଜି ଓଜନ ବିଶିଷ୍ଟ ଲୁମିସାଇଟ୍ -୪ ସାଟେଲାଇଟ୍ ମଧ୍ୟ ଏଥିରେ ରହିଛି ।

ସୂଚନାଯୋଗ୍ୟ, କିଛିମାସ ପୂର୍ବରୁ ମହାକାଶ ଗବେଷଣାରେ ଆରମ୍ଭ ହୋଇଥିଲା ଘରୋଇ ଯୋଗଦାନର ନୂଆ ଯୁଗ  । ଶ୍ରୀହରିକୋଟାରୁ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ଉତକ୍ଷେପଣ କରିଛିଲା । ଆନ୍ଧ୍ରପ୍ରଦେଶର ସତିଶ ଧବନ ସ୍ପେସ ସେଣ୍ଟରରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଥିଲା । ଦିନ ସାଢ଼େ ୧୧ଟା ସମୟରେ ଲଞ୍ଚହୋଇଥିଲା  ବିକ୍ରମ-ଏସ୍ ରକେଟ । ସ୍କାଇରୁଟ ଏରୋସ୍ପେସ  ଏହି ରକେଟ ନିର୍ମାଣ କରିଥିଲା । ଏହି ମିଶନର ନାମ ‘ପ୍ରାରମ୍ଭ’ ରଖାଯାଇଥିଲା । ଭାରତୀୟ ମହାକାଶର ସଂସ୍ଥାପକ ବିକ୍ରମ ସାରାଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍କାଇରୁଟ ନିର୍ମାଣ କରିଥିବା ରକେଟ୍ର ନାମ ‘ବିକ୍ରମ’ ରଖାଯାଇଥିଲା । ଉତକ୍ଷେପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଭାରତୀୟ ମହାକାଶ ଗବେଷଣାରେ ଘରୋଇ ଯୋଗଦାନର ଏହା ଏକ ବଡ ଉପଲବ୍ଧି । ବିକ୍ରମ-ଏସ ରକେଟ୍ ସଫଳତାର ସହ ଉତକ୍ଷେପଣ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ସ୍କାଇରୁଟ ଏରୋସ୍ପେସର ପ୍ରତିଷ୍ଠାତା ପବନ କୁମାର ଚନ୍ଦନ । ପ୍ରଥମ ଘରୋଇ ରକେଟ ଲଞ୍ଚ କରି ଇତିହାସ ସୃଷ୍ଟି କରିଥିବା ସେ କହିଛନ୍ତି ।  ତେବେ ଘରୋଇ ରକେଟ’ ବିକ୍ରମ –ଏସ’ର ଲମ୍ବ ୬ ମିଟର ହୋଇଥିବା ବେଳେ ଏହାର ଓଜନ ରହିଛି ୫୪୫ କେଜି । ସୂଚନା ଅନୁସାରେ ଏହି ରକେଟ୍ ପୃଥିବୀ ପୃଷ୍ଠରୁ ୮୯ କିଲୋମିଟର ଗତି କରି ମହାକାଶରେ ପହଞ୍ଚିଛି । ବିକ୍ରମ-ଏସ ରକେଟ୍ ସହ ୩ଟି ସାଟେଲାଇଟ ମଧ୍ୟ ଉତକ୍ଷେପଣ ହୋଇଥିଲା । ଯେଉଁଥିରେ ଦୁଇଟି ଘରୋଇ ସାଟେଲାଇଟ ଓ ଗୋଟିଏ ବିଦେଶୀ ସାଟେଲାଇଟ ରହିଥିଲା । ଏହି ରକେଟ୍ ଲଞ୍ଚରେ ସାଧାରଣ ଇନ୍ଧନ ବଦଳରେ ଏଲଏନଜି ବା ଲିକ୍ୱିଡ଼ ନ୍ୟାଚୁରାଲ ଗ୍ୟାସ ଓ ଲିକ୍ୱିଡ଼ ଅମ୍ଳଜାନର ବ୍ୟବହାର କରାଯାଇଥିଲା ।

Leave A Reply

Your email address will not be published.