ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ଉପସ୍ଥିତି ଥିଲେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ । ତଥାଗତ ଶତପଥୀଙ୍କୁ ଶଙ୍ଖ ଭବନର କାର୍ଯ୍ୟକ୍ରମରେ ଦେଖି ରାଜନୈତିକ ସମୀକ୍ଷକମାନେ ବିଭିନ୍ନ ପ୍ରକାରର ଆଶା ଆଶଙ୍କା କରିଛନ୍ତି । ପୁଣି ଥରେ ବିଜେଡ଼ିକୁ ଫେରିଲେ କି ତଥାଗତ? ୨୦୨୪ ନିର୍ବାଚନ ପୂର୍ବରୁ ତଥାଗତ ବିଜେଡ଼ିକୁ ନେଇ କିଛି ଚିନ୍ତା କରୁଛନ୍ତି କି?ଶଂଖଭବନରେ ଏହି ସବୁ ପ୍ରଶ୍ନ ଆଜି ତଥାଗତଙ୍କୁ ପଚାରିଥିଲେ ସାମ୍ବାଦିକ ।ବର୍ଷେ ପୂର୍ବରୁ କହିଥିବା କଥାକୁ ପୁଣି ଦୋହରାଇଥିଲେ ତଥାଗତ । କହିଛନ୍ତି ମୁଁ ନିର୍ଦ୍ଦଳୀୟ । ମୁଁ ବିଜେଡ଼ିରେ ନାହିଁ । ମୁଁ ସାମ୍ବାଦିକ ହିସାବରେ କାର୍ଯ୍ୟକ୍ରମକୁ ଆସିଥିଲି । ବିଜେଡ଼ି ସଭାପତିଙ୍କ ନିମନ୍ତ୍ରଣ କ୍ରମେ ମୁଁ ଶଂଖଭବନକୁ ଆସିଥିଲି । ୨୦୨୪ ନିର୍ବାଚନକୁ ନେଇ ପ୍ରଶ୍ନ କରିବା ପରେ ତଥାଗତ କହିଛନ୍ତି ୨୦୨୪ ନିର୍ବାଚନ ଲଢିବାକୁ ମୋର ଇଚ୍ଛା ନାହିଁ । ଶଂଖଭବନକୁ ଆସି ଭଲ ଲାଗିଲା । କିନ୍ତୁ ରାଜନୈତିକ ସମୀକ୍ଷକମାନେ ଏହି ଘଟଣାକୁ ନେଇ ରାଜନୀତିର ଅନ୍ୟ ଗନ୍ଧ ବାରୁଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ । ସେବେଠୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଉ ନଥିଲେ ସେ । ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନୀ ଅବସରରେ ସେ ଯୋଗ ଦେଇଥିଲେ । ଏହି ଅବସରରେ ସାମ୍ବାଦକଙ୍କ ପ୍ରଶ୍ନର ଉତ୍ତରରେ ତଥାଗତ କହିଛନ୍ତି, ‘ସେ ନିର୍ବାଚନ ଲଢ଼ିବାକୁ ଇଛୁକ ନାହାନ୍ତି । ଶଙ୍ଖ ଭବନର ଉଦଘାଟନୀ ଉତ୍ସବକୁ ଦଳର ସଭାପତି ନବୀନ ପଟ୍ଟନାୟକ ଡାକିଥିଲେ ସେ ଆସଛନ୍ତି ।‘ ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଆହୁରି କହିଛନ୍ତି, ମୁଁ ଏବେ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ, ଏଠାକୁ ଜଣେ ସାମ୍ବାଦିକ ହିସାବରେ ଆସିଛି । ମୋତେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ରକ୍ଷା କରି ଆସିଛି । ନିର୍ବାଚନ ରାଜନୀତିକୁ ଫେରିବି ନାହିଁ । ମୁଁ ଖୁସିରେ ଅଛି ବୋଲି କହିଛନ୍ତି ତଥାଗତ ଶତପଥୀ ।