୩୫ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ୪୪୧ କୋଟିର ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୪୧ କୋଟି ୭୬ ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି। ସୁଧ ରିହାତି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷ ଆମ ଅର୍ଥନୀତିର ଆତ୍ମା, ବିକାଶର ଆଧାର। ଚାଷୀ, ମା ଓ ଯୁବବର୍ଗ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ସାରଥୀ ସାଜିଛନ୍ତି। ତେଣୁ ଚାଷୀ, ମା ଓ ଯୁବବର୍ଗଙ୍କ ସଶକ୍ତିକରଣ ଉପରେ ସବୁବେଳେ ଜୋର ଦେଇ ଆସିଛି। ଚାଷୀଙ୍କୁ ସଶକ୍ତ କରିବାକୁ ସ୍ୱତନ୍ତ୍ର ବଜେଟ କରାଯାଇଛି। ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ଦିଆଯାଇଛି। ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି। ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ। ୨୦୨୨-୨୩ ପାଇଁ ୪୦୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଆଜି ଦିଆଯାଇଛି। ଏହାଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ। ୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଛି। ଚାଷୀ ଭାଇଙ୍କୁ ଋଣ ନେଇ ସୁଧ ଦେବାକୁ ପଡିଲା ନାହିଁ। କୃଷି ଋଣର ୬୦% ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଯୋଗାଉଛି। ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରିଚାଲିବି। ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡ଼ିଶା ପ୍ରଥମ ରାଜ୍ୟ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡ଼ିଲା ନାହିଁ। ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି। ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି। ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁ କୃଷି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି। ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି। କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନୀତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ। ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି । କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରୁଖୁରୁରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

Leave A Reply

Your email address will not be published.