ବିଜେପି ବିରୁଦ୍ଧରେ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବିଜେଡି ପକ୍ଷରୁ ବିଜେପି ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି।    ଝାରସୁଗୁଡ଼ା ଉପନିର୍ବାଚନରେ ଆଚରଣବିଧି ଭାଙ୍ଗୁଛି ବିଜେପି। ବାରମ୍ବାର ବିଜେପି ଏପରି ନିର୍ବାଚନୀ ଆଚରଣବିଧି ଭାଙ୍ଗି ଚାଲିଥିବା ବେଳେ ବିଜେଡି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗତକାଲି ବିଜେଡି ସିଇଓଙ୍କ ଭଟି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଉପନିର୍ବାଚନରେ ଆଚରଣବିଧି ଭାଙ୍ଗି ରାତି ଅଧରେ ମାଇକ୍ରୋଫୋନ୍ ବ୍ୟବହାର କରି ପ୍ରଚାର କରୁଥିବା ଅଭିଯୋଗ କରିଥିଲା।ଆଜି ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବାକୁ ଥିବା ବେଳେ ତାଙ୍କ ନିର୍ବାଚନ ପୋଷ୍ଟରରେ ଜି-୨୦ ଓ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ଲଗାଯାଇଛି।

ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଏପରି କରିଛନ୍ତି  ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ ଟ୍ବିଟରେ ଏହା ପୋଷ୍ଟ କରାଯାଇଥିବା ବେଳେ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ନିଜେ ଏହାକୁ ରି- ଟୁଇଟ କରିଛନ୍ତି। ଯେଉଁ ପୋଷ୍ଟରରେ ଜି-୨୦ ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ବି ଲୋଗୋ ରହିଛି ।

ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ। ବିଜେପି ଅଭ୍ୟାସଗତ ଭାବେ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । କେତେବେଳେ ରାତିରେ ପ୍ରଚାର କରି ଲୋକଙ୍କୁ ଭୟବିତ କରି ଗୁଣ୍ଡା ଗର୍ଦି କରୁଛନ୍ତି । କ୍ରମାଗତ ଭାବେ ଆଦର୍ଶ ଆଚରଣ ବିଧି ଉଲଘଂନ କରୁଛି ରାଜ୍ୟ ବିଜେପି। କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏପରି ଆଶା କରାଯାଉନାହିଁ । କେନ୍ଦ୍ରମନ୍ତ୍ରୀ ଲୋଗୋ ଲାଗିଥିବା ପୋଷ୍ଟର କୁ  ରି- ଟୁଇଟ କରିବା ଆଚର୍ୟ୍ୟ ଜନକ।

ତେଣୁ ଆମେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଘଂନ କରିବା ନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଥିବା ସୂଚନା ମିଳିଛି। ୨ ଦଳ ମଧ୍ୟରେ ଏପରି ଚାଲିଥିବାବେଳେ, କିଏ ଝାରସୁଗୁଡାରେ ମୁକୁଟ ପିନ୍ଧିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.