ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳିତ ସାଧାରଣତନ୍ତ୍ର ଦିବସରେ ସୃଷ୍ଟି ହେବ ନୂଆ ଇତିହାସ, ପରେଡରେ ଅଂଶଗ୍ରହଣ କରିବେ କେବଳ ମହିଳା । କାରଣ ୨୦୨୪ ଜାନୁଆରି ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳାମାନେ ପରେଡ୍ କରିବେ। ଏପରିକି ପରେଡ୍ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ ବି କେବଳ ମହିଳା ନଜର ଆସିବେ ବୋଲି କୁହାଯାଉଛି । ଏହି ପରେଡରେ ମାଚିଂ, ବ୍ୟାଣ୍ଡ ପରେଡ ଓ ମେଡ ପ୍ରଦର୍ଶନରେ କେବଳ ମହିଳାମାନେ ଅଂଶଗ୍ରହଣ କରିବେ । ଏନେଇ ରକ୍ଷାମନ୍ତ୍ରଣାଳୟ ତରଫରୁ ଗୃହ, ସଂସ୍କୃତି ଓ ସହରୀ ବିକାଶ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି । ସେନା ସୂତ୍ର ତରଫରୁ ଏକ ଜାତୀୟ ଗଣମାଧ୍ୟମକୁ କୁହାଯାଇଛି କି, ଏନେଇ ସେମାନଙ୍କୁ ଚିଠି ମିଳିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବରେ କୁହାଯାଇଛି କି, ଏ ପ୍ରସଙ୍ଗରେ ଅନେକ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ଠାରୁ ମତାମତ ନିଆଯିବା ପରେ ଯାଇ ଏହି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ୨୦୨୪ ମସିହାର ଗଣତନ୍ତ୍ର ଦିବସରେ କେବଳ ମହିଳାମାନେ ହିଁ ଅଂଶଗ୍ରହଣ କରି ପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଗୃହ, ସଂସ୍କୃତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଛି। ତେବେ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଚର୍ଚ୍ଚାରେ ରହିଛି । କେହିକେହି କେବଳ ମହିଳାମାନେ ପରେଡରେ ସାମିଲ ହେବାର ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାକୁ ସମାଲୋଚନା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ କରାଯାଉଛି ପ୍ରଶଂସା ।