ପୁଣି କଲବଲ କରିବ ତାତି, ୧୩ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୧୩ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ତାତି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ମଧ୍ୟ ତାପମାତ୍ରା ବଢ଼ିପାରେ । ଆଗାମୀ ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଲାଗି ରହିବ ଅସ୍ୱାଭାବିକ ପାଣିପାଗ । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟବ୍ୟାପୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ବସ୍‌ ଷ୍ଟାଣ୍ଡ ଓ ଜନଗହଳି ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରାଯିବ । ସବୁ ନଳକୂପ ଓ ପାଇପ ପାଣି ଯୋଗାଣକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଜୀବନରକ୍ଷକ ଔଷଧ, ସାଲାଇନ ଏବଂ ଓଆରଏସ ମହଜୁଦ ରଖାଯିବ । ଅଂଶୁଘାତର ଶିକାର ଲୋକଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା ହେବ । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସଠିକ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.