କାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ହେବ ଶୁକ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ହେବ ଉଜ୍ଜ୍ୱଳ ଗ୍ରହ ଶୁକ୍ର । ୨୩ ତାରିଖ ଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତା ପରଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ । ମେ ମାସ ଶେଷ ସପ୍ତାହ ତଥା ଜୁନ ମାସ ୧୫ ତାରିଖ ଯାଏଁ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା ।

ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ତଥା ଭାରତର ସବୁ ଅଂଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା୩୦ରୁ ୯ଟା୧୫ ଯାଏଁ ଦେଖିହେବ । ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏଁ ପ୍ଲାନେଟୋରିୟମରେ ଦେଖିହେବ ଦୂରବୀକ୍ଷଣ ଯନ୍ତ୍ରରେ ।

Leave A Reply

Your email address will not be published.