ବିବାଦୀୟ ଡକ୍ୟୁମେଣ୍ଟାରି ମାମଲାରେ ବିବିସିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିବାଦୀୟ ଡକ୍ୟୁମେଣ୍ଟାରି ମାମଲାରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ବିବିସିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ ଜାରି । ଏହି ଡକ୍ୟୁମେଣ୍ଟାରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗ କରି ଗୁଜରାଟର ଏକ ଏନଜିଓ ଏକ ମାନହାନୀ ମାମଲା ରୁଜ୍ଜୁ କରିଥିଲା । ଏହାର ବିଚାର କରି କୋର୍ଟ ବିବିସିକୁ ସମନ ଜାରି କରିଛନ୍ତି । ଉକ୍ତ ଏନଜିଓ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ବିବିସି ବିରୋଧରେ ଯୁକ୍ତି ବାଢ଼ିଥିଲେ । ବିବିସି ବିରୋଧରେ ଉକ୍ତ ଏନଜିଓ ୧୦ ହଜାର କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛି । ହାଇକୋର୍ଟରେ ଦାୟର ହୋଇଥିବା ମାମଲାରେ କୁହାଯାଇଛି ଯେ ଏହି ଡକ୍ୟୁମେଣ୍ଟାରୀ କେବଳ ପ୍ରଧାନମନ୍ତ୍ରୀ ନୁହେଁ ବରଂ ନ୍ୟାୟପାଳିକା ଏବଂ ସମଗ୍ର ଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି ।

ହରିଶ ସାଲଭେ ବିବିସିକୁ ଚେତାବନୀ ଦେଇଛନ୍ତି ଯେ ପୂରା ଘଟଣା ପାଇଁ କ୍ଷମା ମାଗିବା ତାଙ୍କ ପାଇଁ ଭଲ ହେବ । ବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏଥିରେ ଦଙ୍ଗା ପାଇଁ ମୋଦୀଙ୍କୁ ଦାୟୀ କରାଯାଇଛି । ଭାରତରେ ଏହି ଡକ୍ୟୁମେଣ୍ଟାରିକୁ ନିଷିଦ୍ଧ କରାଯାଇଥିଲେ ବି କେତେକ ରାଜ୍ୟ ଓ ବିଶ୍ବବିଦ୍ୟାଳୟରେ ଏହାକୁ ବେଆଇନ ଭାବେ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ବିବାଦୀୟ ପରିସ୍ଥିତି ।

Leave A Reply

Your email address will not be published.