୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ, ରାଜନୈତିକ ଫାଇଦା ପାଇଁ ବିଜେପି ସରକାର ହିଂସା ରାଜନୀତି କରୁଛି
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ କରିଛି କଂଗ୍ରେସ। କଂଗ୍ରେସ ଭବନାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ୯ ଟି ପ୍ରଶ୍ନ ପଚାରିଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ସେ କହିଛନ୍ତି ଭାରତବର୍ଷ ଅର୍ଥନୀତିରେ କାହିଁକି ମୁଦ୍ରାସ୍ପିତି ଓ ବେରୋଜଗାରୀ ଆକାଶଛୁଆଁ ହୋଇଛି। ଜାତୀୟ ସମ୍ପତିକୁ ପ୍ରଧାନମନ୍ତ୍ରୀ ତାଙ୍କର ବନ୍ଧୁମାନଙ୍କୁ ବିକ୍ରି କରିଛନ୍ତି। ଅଶୋଧିତ ତେଲର ମୂଲ୍ୟ କମ ଥିଲେ ମଧ୍ୟ ଦେଶରେ କାହିଁକି ମାହାଙ୍ଗା ବୋଲି ପ୍ରଶ୍ନ କରିଛି କଂଗ୍ରେସ।
ସେହିଭଳି କୃଷି ଓ କୃଷକକୁ ମଧ୍ୟ ଦାଉ ସାଜିଛନ୍ତି କେନ୍ଦ୍ର ସରକାର ଭାରତବର୍ଷର କୃଷକର ଦୈନଦିନ ଆୟ ୨୭ ଥିବାବେଳେ କୃଷିଜାତ ଦ୍ରବ୍ୟ ଉପରେ ଜିଏସଟି ଲାଗୁକରିବା କେତେ ଦୂର ଠି କ।ଦୁର୍ନୀତି ପ୍ରସଙ୍ଗରେ ଏଆଇସିସିର ସାଧାରଣ ସମ୍ପାଦକ କହିଛନ୍ତି ଦେଶର ଜନତାଙ୍କ ଅର୍ଥକୁ କେନ୍ଦ୍ର ସରକାର ତାଙ୍କ ପୁଞ୍ଜିପତି ବନ୍ଧୁମାନଙ୍କୁ ଟେକି ଦେଇଛନ୍ତି । ଅଦାନୀ ଗ୍ରୁପର ଆକଚାଟିଆ ମନମୁଖୀ ଯୋଗୁ ବିଜୁଳିଶକ୍ତି ଏବଂ ବିମାନ ଭଡା ଦରଦାମ ବୃଦ୍ଧି ହେଉଛି। ସରକାର ଯେଉଁମାନଙ୍କୁ ଋଣ ପ୍ରଦାନ କରୁଛନ୍ତି ସେମାନେ ଦେଶ ଛାଡି ପଳାଉଛନ୍ତି। ଜାତୀୟ ନିରାପତା ଦୁଷ୍ଟିରୁ ମଧ୍ୟ ମୋଦୀ ସରକାର ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ୨୦୨୦ ମସିହା ପରଠାରୁ ଚାଇନା ୧୫୦୦ ସ୍ପେୟାର କିଲୋମିଟର ଅଂଚଳକୁ ନିଜ ଅକ୍ତିଆର କୁ ନେଇସାରିଛି। କୌଣସି ପ୍ରକାରର ଜାତୀୟ ସୁରକ୍ଷା ସ୍ଟାଟର୍ଜି କେନ୍ଦ୍ର ସରକାର କରିନାହାନ୍ତି। ସାମାଜିକ ଏକତା ଦୁଷ୍ଟିତୁ ରାଜନୈତିକ ଫାଇଦା ପାଇଁ ବିଜେପି ସରକାର ହିଂସା ରାଜନୀତି କରୁଛନ୍ତି। ସାମାଜିକ ନ୍ୟାୟ ଦୁତିରୁ ମହିଳା, ଦଳିତ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ଉପରେ ଆକ୍ରମଣ ସତ୍ୱ ମଧ୍ୟ ଚୁପ ରହିଛନ୍ତି ବିଜେପି ସରକାର। ଏହା କଣ ଦର୍ଶାଉଛି ବୋଲି ପ୍ରଶ୍ନ କରିଚ୍ଛି କଂଗ୍ରେସ।
ସେହିଭଳି ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ତାକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ବିଭିନ ରାଜ୍ୟରେ ଜନତାଙ୍କ ଦ୍ଵାର ନିର୍ବାଚିତ ସରକାରଙ୍କୁ ଅର୍ଥବଳ ଏବଂ ବାହୁବଳ ଲଗାଇ ସରକାରଙ୍କୁ ଭାଙ୍ଗି ଦିଆଯାଇଛି। ଏହା କଣ ସ୍ୱାସ୍ଥ୍ୟ ଗଣତନ୍ତ୍ର ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହାଶହ 2014 ପରଠାରୁ 95 ପ୍ରତିଶତ ସିବିଆଇ ଏବଂ ଇଡି କେସ ବିରୋଧୀଙ୍କ ଉପରେ କରାଯାଇଛି। ସେହିଭଳି କଂଗ୍ରେସ ସରକାର ସମୟରେ ହୋଇଥିବା ଗରିବ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ କରାଯାଇଥିବା ଯୋଜନାର ବଜେଟକୁ ମଧ୍ୟ କମାଇଦିଆଯାଇଛି। ଏହା କି ପ୍ରକାର ମାନସିକତା ବୋଲି କଂଗ୍ରେସ ପ୍ରଶ୍ନ କରିଛି।
କୋଭିଡ 19 ପରିଚାଳନାରେ ମଧ୍ୟ ଅନେକ ତ୍ରୁଟି କରିଛନ୍ତି କେନ୍ଦ୍ର ସରକାର। ଏହି ମହାମାରୀରେ 40 ଲକ୍ଷ ଲୋକେ ମୃତୁ ହୋଇଥିଲା କିନ୍ତୁ ତାଙ୍କୁ ସହାୟତା ରାଶି ମଧ୍ୟ ଦେଲେନାହିଁ କେନ୍ଦ୍ର ସରକାର। କୋଭିଡକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ସୂଚନାକୁ ମାନିଥିଲେ ଏତେ କୋଭିଡ ବଢ଼ିନଥାନ୍ତା। ତାଲା ବନ୍ଦ ନିଷ୍ପତି ଯୋଗୁ ଜିଡିପିରେ ୨୧ ପ୍ରତିଶତ ହ୍ରାସ ଘଟିଥିଲା।