ନୂଆ ସଂସଦ ଭବନର କର୍ମ ଗେଟରେ ସ୍ଥାନ ପାଇଛି ଓଡ଼ିଶାର ‘କୋଣାର୍କ ଚକ୍ର’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଭାରତୀୟ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନର କର୍ମ ଗେଟରେ ସ୍ଥାନ ପାଇଛି ଓଡ଼ିଶାର ‘କୋଣାର୍କ ଚକ୍ର’।  ସଂସଦ ଭବନରେ ସ୍ଥାନ ପାଇଛି କୋଣାର୍କ ଚକ୍ର । ନୂତନ ସଂସଦ ଭବନର କର୍ମ ଗେଟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କୋଣାର୍କ ଚକ୍ର ରହିଛି । ନୂଆ ସଂସଦ ଭବନରେ ୩ଟି ମୁଖ୍ୟ ଦ୍ୱାର ରହିଛି । ଯଥା- ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର । ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ଯ ମନ୍ଦିରର ଚକ୍ରର କାଂସ୍ୟ ପ୍ରତିଛବି କର୍ମ ଦ୍ୱାରର ଡାହାଣ ପଟେ ରଖାଯାଇଛି । ଏହି ଦ୍ୱାର ଦେଇ ସଂସଦ ବଜେଟ୍ ଅଧିବେଶନ ବେଳେ ରାଷ୍ଟ୍ରପତି ପ୍ରବେଶ କରିଥାନ୍ତି ବୋଲି କହିଛନ୍ତି, ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ସେ ଆହୁରି କହିଛନ୍ତି, ନୂତନ ସଂସଦ ଭବନର ପ୍ରବେଶ ଦ୍ୱାରରେ ଗରୁଡ଼, ହାତୀ, ଘୋଡ଼ା ଓ କୁମ୍ଭୀରର ପ୍ରତିଛବି ରହିଛି । ଯେଉଁଥିରେ ଓଡ଼ିଶା ଦ୍ୱାରା ଅନୁପ୍ରାଣିତ ହୋଇ ହାତୀ ଓ ଅଶ୍ୱ ରଖାଯାଇଥିବା ଲେଖା ଯାଇଛି ।

Leave A Reply

Your email address will not be published.