ଆସିଲା ଏଡିଆର ରିପୋର୍ଟ: ସିଦ୍ଦରମୈୟା କ୍ୟାବିନେଟରେ ୩୨ରୁ ୨୪ ମନ୍ତ୍ରୀଙ୍କ ନାଁରେ ଅଛି ଅପରାଧିକ ମାମଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିକଟରେ ଶପଥ ନେଇସାରିଛି କର୍ଣ୍ଣାଟକର ନୂଆ ସରକାର। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜର ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିସାରିଛନ୍ତି। ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇସାରିଛି । ସିଦ୍ଦରମୈୟା କ୍ୟାବିନେଟରେ ମୋଟ ୩୨ ମନ୍ତ୍ରୀ ସାମିଲ ଅଛନ୍ତି। ତେବେ ଏମାନଙ୍କ ନାମରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।

୩୨ରୁ ୨୪ ମନ୍ତ୍ରୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ଯାହା ଏଡିଆର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଡିଆର ରିପୋର୍ଟ ଅନୁସାରେ, ୩୨ ମଧ୍ୟରୁ ୩୧ ଜଣ କୋଟିପତି । ଏମାନଙ୍କ ସମ୍ପତ୍ତିର ପରିମାଣ ହାରାହାରି ୧୧୯.୦୬ କୋଟି ଟଙ୍କା । ସେହିଭଳି ସିଦ୍ଦରମୈୟାଙ୍କ ସମ୍ପତ୍ତିର ପରିମାଣ ୫୧ କୋଟି ଟଙ୍କା । ଏମନ୍ତ୍ରୀମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ତାଙ୍କର ସମ୍ପତ୍ତିର ପରିମାଣ ୧୪୧୩.୮୦ କୋଟି ଟଙ୍କା। ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତ୍ତି ତିମ୍ମାପୁର ରାମପ୍ପା ବଲପ୍ପା।

Leave A Reply

Your email address will not be published.