ଆଜି ବି ଅସହ୍ୟ ତାତି: ଦିନ ୨ଟାରେ ସମ୍ବଲପୁରରେ ତାପମାତ୍ରା ୪୩, ଭୁବନେଶ୍ବରରେ ୩୭.୮ ଡିଗ୍ରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବି ରାଜ୍ୟରେ ଅସହ୍ୟ ତାତି । ପ୍ରବଳ ଖରାରେ ଭାଜି ହେଉଛନ୍ତି ଲୋକେ। ଗରମ ପବନରେ ଛଟପଟ ହେଉଛନ୍ତି ଜନତା। ଗ୍ରୀଷ୍ମ ପ୍ରବାହ କାରଣରୁ କେବଳ ପଶ୍ଚିମ ଓଡ଼ିଶା ନୁହେଁ। ବରଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଲୋକେ ଖରାରେ ଛଟପଟ ହେଉଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟା ହୋଇଯିବା ମାତ୍ରେ ନିଦାଘ ମାଡ଼ି ଆସୁଛି। ଅପରାହ୍‌ଣ ୪ଟା ଯାଏଁ ତାପମାତ୍ରା ଲୋକଙ୍କୁ କଲବଲ କରୁଛି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ଶୀତଳଷଷ୍ଠୀ ପର୍ବ ଶେଷ ହୋଇଯାଇଛି ସତ। କିନ୍ତୁ ଧରିତ୍ରୀ ଶୀତଳ ପଡ଼ିନାହିଁ। ଆହୁରି ଏକ ସପ୍ତାହ ଯାଏଁ ଖରା ଏହିଭଳି ଭାବେ ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି।

ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ରେକର୍ଡ ତାପମାତ୍ରା ୪୩ ଡିଗ୍ରି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ରେ ହୀରାକୁଦରେ ତାପମାତ୍ରା ରାଜ୍ୟର ଦ୍ବିତୀୟ ସର୍ବାଧିକ ସହର ଭାବେ ୪୧.୮ ଡ଼ିଗ୍ରି ରେକର୍ଡ ହୋଇଛି। ସେହିଭଳି ଝାରସୁଗୁଡାରେ ୪୧.୬ ଡ଼ିଗ୍ରି, ଭୁବନେଶ୍ୱରରେ ୩୭.୮ ଡ଼ିଗ୍ରି, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରି, ବାଲେଶ୍ୱରରେ ୩୪.୨ ଡ଼ିଗ୍ରି, ପୁରୀରେ ୩୩.୮ ଡ଼ିଗ୍ରି, ଗୋପାଳପୁରରେ ୩୩.୬ ଡ଼ିଗ୍ରି, ପାରାଦୀପରେ ୩୩.୨ ଡ଼ିଗ୍ରି ଓ କେନ୍ଦୁଝରରେ ୨୯ ପାରଦ ପାର କରିଛି।

Leave A Reply

Your email address will not be published.