ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡ୍ରେନରେ ପଡି ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସ କଟକ ମେୟର ସୁବାଷ ସିଂହ ଓ କମିଶନରଙ୍କୁ ଘେରି ଉତ୍ତର ମାଗିଲେ କଂଗ୍ରେସର ମହିଳା ନେତ୍ରୀ । ଗତକାଲି ବକ୍ସ ଡ୍ରେନରେ ପଡି ଗମାଡିଆର ନାବାଳିକା ମୃତ୍ୟୁ ପରେ ଆଜି ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ମେୟର ସୁବାଷ ସିଂହ । ତେବେ ସାମ୍ନାରେ ସୁବାଷଙ୍କୁ ଦେଖି ଘୋରିଯାଇଥିଲେ କର୍ମୀ । ଘଟଣାରେ ପ୍ରଶାସନର ବେପରୁଆ ଏବଂ ଦାୟିତ୍ୱହୀନ କାର୍ଯ୍ୟକୁ ଦାୟୀ କରିବା ସହ ମେୟର ସୁବାଷ ସିଂହଙ୍କୁ ପ୍ରଶ୍ନ କରିଛନ୍ତି ।
ସେପଟେ ବକ୍ସଡ୍ରେନ୍ ପାଇପ୍ରେ ଚାପି ହୋଇ ମୃତ୍ୟୁବରଣ କରିଥିବା ନାବାଳିକା ଏନ୍ ମୋହିନୀ ଦାସଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମେୟର ।