ରେଳ ଦୁର୍ଘଟଣା ପାଇଁ ଅଧା ରହିଗଲା ପ୍ରେମ କାହାଣୀ, ଟ୍ରାକ୍‌ରୁ ମିଳିଲା ପ୍ରେମ କବିତାର ନୋଟ୍ ବୁକ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେଳ ଦୁର୍ଘଟଣା ପାଇଁ ଅଧା ରହିଗଲା ପ୍ରେମ କାହାଣୀ, ଟ୍ରାକ୍‌ରୁ ମିଳିଲା ପ୍ରେମ କବିତାର ନୋଟ୍ ବୁକ୍‌ । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ହୋଇଛି ବାହାନଗା ରେଳ ଦୁର୍ଘଟଣା। ଅନେକ ମଧ୍ୟ ଏବେ ବି ନିଜ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ଟ୍ରାକ୍‌ରେ କିଛି ସୁରାକ ମିଳିପାରେ ବୋଲି ଆଶା କରି ତନ୍ନ ତନ୍ନ କରି ଖୋଜୁଛନ୍ତି । ଏହି ସମୟରେ ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି,ଯାହାକୁ ନେଇ ଚର୍ଚ୍ଚା ଉଠୁଛୁ । ଏହି ନୋଟ୍ ବୁକ୍‌ରେ କୌଣସି ବ୍ୟକ୍ତି ନିଜ ଭଲପାଇବା ଜାହିର କରିବା ସହ ତାକୁ ଲେଖାରେ ମଧ୍ୟ ଉତ୍ତାରିଥିଲେ । ଏଥିରେ କିଛି ଲଭ୍ ସିମ୍ବଲ ସହ ରହିଛି ପ୍ରେମ କବିତା । ଏହାର ଗୋଟିଏ ପାର୍ଶ୍ୱରେ ଏକ ସୁନ୍ଦର ଚିତ୍ର କରାଯାଇଥିଲା ଏବଂ ଅନ୍ୟ ପଟେ ବଙ୍ଗଳା ଭାଷାରେ ପ୍ରେମ କବିତା ଲେଖାଯାଇଛି । ଦୁର୍ଘଟଣା ଯୋଗୁ ନୋଟବୁକର ପୃଷ୍ଠାଗୁଡ଼ିକ ଚିରି ଯାଇଥିଲେ ମଧ୍ୟ ଏଥିରେ ଲେଖାଯାଇଥିବା କବିତାଗୁଡ଼ିକ ସ୍ପଷ୍ଟ ଭାବରେ ପଢ଼ି ହେଉଛି ।

ଯାହା ଅନୁମାନ କରାଳ ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ନେବା ସହ ନିଜ ଭାବନାକୁ ପରିପ୍ରକାଶ ପାଇଁ ଲେଖାଥିବା ପ୍ରେମ କବିତାକୁ ବି ସବୁଦିନ ପାଇଁ ଛିନ୍‌ଭିନ୍ କରିଦେଇଛି । ଏହି ନୋଟବୁକରେ ଲେଖାଯାଇଛି ଯେ, ଅଲପୋ-ଅଲପୋ ମେଘ ଥେକେ ହାଲକା ବୃଷ୍ଟି ହଏ । ଛୋଟୋ ଛୋଟୋ ଗୋଲପୋ ଥେକେ ଭାଲୋବାସା ସୃଷ୍ଟି ହଏ? ଏହାର ଅର୍ଥ- ‘ହାଲୁକା ମେଘ ହାଲୁକା ବର୍ଷା ଦିଏ, ସେମିତି ଛୋଟ ଗୋଲାପଟିଏ ମଧ୍ୟ ପୂର୍ଣ୍ଣ ପ୍ରେମ କାହାଣୀ ସୃଷ୍ଟି କରେ’ । ଆଉ ଏକ ଅସମ୍ପୂର୍ଣ୍ଣ କବିତା ମଧ୍ୟ ଏହି ନୋଟବୁକରେ ରହିଛି, ଯେଉଁଥିରେ ଲେଖାଯାଇଛି,ଭାଲୋ ବାସେଇ ଚାଇ ସାରାଖୋନ । ଆଚିସ୍ ତୁଇ ମୋନେର ସାଥେ । ଏହାର ଅର୍ଥ ହେଉଛି, ମୋତେ ତମାମ ଜୀବନ ଭଲ ପାଇ ବସ ଏଇ ମୋର ଆଶା । କାରଣ ତମ ମନକୁ ମୁଁ ଖୁବ୍ ଭଲ ପାଇ ବସିଛି । ହୁଏତ ଆତ୍ମୀୟ ସ୍ୱଜନକୁ ଖୋଜୁଥିବା କେହି ଏହି ନୋଟବୁକ୍‌ରୁ ସୁରାକ ପାଇପାରନ୍ତି ବୋଲି ଅନେକଙ୍କ ମତ ।

Leave A Reply

Your email address will not be published.