ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଫଳ: ପାସ୍ ହାରରେ ବାଲେଶ୍ୱର ଆଗରେ, ନବରଙ୍ଗପୁର ସବୁଠୁ ପଛରେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ପାସ୍ ହାରରେ ବାଲେଶ୍ୱର ଆଗରେ, ନବରଙ୍ଗପୁର ସବୁଠୁ ପଛରେ ରହିଛି । ଏଥର ଯୁକ୍ତ ଦୁଇ କଳାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୮.୮୮ ପ୍ରତିଶତ ଥିଲାବେଳେ, ମୋଟ ୧,୮୧, ୮୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । ଚଳିତ ଥର ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାରେ ମୋଟ ୮୪.୫୯ ପ୍ରତିଶତ ପିଲା ପାସ୍ କରିଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲାରେ ପାସ୍ ହାର ରହିଛି ୭୦.୭୪ ପ୍ରତିଶତ । ଅନ୍ୟପଟେ ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି । ପୁଅଙ୍କ ହାର ହାର ୭୦.୪୩ ପ୍ରତିଶତ ଥିବାବେଳେ, ଝିଅଙ୍କ ପାସ୍ ହାର ୮୫.୬୬ ପ୍ରତିଶତ । ତେବେ ଚଳିତ ଥର ପ୍ରଥମ ଶ୍ରେଣୀରେ ମୋଟ ୩୨,୭୮୨ ଜଣ ପିଲା ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୩୨,୪୬୧ ଜଣ ଏବଂ ତୃତୀୟ ଶ୍ରେଣୀରେ ମୋଟ ୧,୧୬,୧୭୯ ଜଣ ପିଲା ପାସ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଥର ଯୁକ୍ତ ଦୁଇ କଳାରେ ମୋଟ ୨ ଲକ୍ଷ ୩୦ ହଜାର ୫୪୫ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍ କରିଛନ୍ତି । ରାଜ୍ୟରେ କେବଳ ୨୪ ଜଣ ପିଲା ଯୁକ୍ତ ଦୁଇ କଳାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାକୁ ସକ୍ଷମ ହେଇଥିବାବେଳେ, ୩୦ଟି ଶିକ୍ଷାନୁଷ୍ଠାନରେ ଶତ ପ୍ରତିଶତ ସଫଳତା ଦେଖିବାକୁ ମିଳିଛି ।

Leave A Reply

Your email address will not be published.