ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ବହିରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଦଶମ ଇଂରାଜୀ ବ୍ୟାକରଣ ବହିର ପୃଷ୍ଠା ନଂ ୫ରେ ‘ଆଇ ୱାଜ୍‌ ଷ୍ଟଡିଙ୍ଗ୍‌ ଇନ୍‌ କ୍ଲାସ୍‌ ଆଇଏକ୍ସ ଲାଷ୍ଟ ଇଅର’ ଭଳି ଏକ ବାକ୍ୟ ରହିଛି। ଏହି ବାକ୍ୟଟି ପାଷ୍ଟ୍‌ ପ୍ରୋଗ୍ରେସିଭ୍‌ ଟେନ୍ସରେ ରହିଛି। ଯାହା କି ଭୁଲ ଅଟେ। ସେହିପରି ପୃଷ୍ଠା ନଂ-୧୨ରେ ରହିଥିବା ପ୍ରୋଭାଇଡେଡ୍‌ (ଦ ୱେଦର/ରିମେନ) ——– ଫାଇନ। ଏହାର ଶୂନ୍ୟ ସ୍ଥାନ ପୂରଣ ପାଇଁ ଅପ୍ସନ (ଉଇଲ୍‌/ସାଲ୍‌, ବି ଗୋଇଙ୍ଗ୍‌ ଟୁ, କିମ୍ବା ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍‌ ଫର୍ମ )ର ବ୍ୟବହାର ପାଇଁ ସୂଚନା ଦିଆଯାଇଛି। କିନ୍ତୁ ଏହି ବାକ୍ୟଟି ଅସମ୍ପୂର୍ଣ୍ଣ ଓ ଏହାର କୌଣସି ଅର୍ଥ ନାହିଁ। ପୃଷ୍ଠା ନଂ-୩୦, ପୃଷ୍ଠା ନଂ-୩୪, ପୃଷ୍ଠା ନଂ-୪୫ଓ ପୃଷ୍ଠା ନଂ- ୪୭ଏବଂ ପୃଷ୍ଠା ନଂ-୧୦୦ରେ ବି ତ୍ରୁଟି ରହିଛି। ଏଭଳି ତ୍ରୁଟି ସଂପର୍କରେ ଦୃଷ୍ଟି ଆକର୍ଷଣ କରି ତିଗିରିଆ ନିଜିଗଡ଼ ପଞ୍ଚାୟତ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଗଣେଶ୍ବର ମହାନ୍ତି କହିଛନ୍ତି ଯେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହାକୁ ପଢ଼ି ମାଟ୍ରିକ ପରୀକ୍ଷା ଦେବେ।

କିନ୍ତୁ ଏହାକୁ ସଂଶୋଧନ କରା ନ‌ଗଲେ, ଛାତ୍ରଛାତ୍ରୀଙ୍କ ସନ୍ଦେହ ବଢ଼ିବା ସହ ସେମାନଙ୍କ ଇଂରାଜୀ ଭାଷାଜ୍ଞାନ ଉପରେ ପ୍ରଭାବ ପଡ଼ିବ। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରମାଶିଷ ହାଜରା କହିଛନ୍ତି ଯେ, ଦଶମ ଶ୍ରେଣୀ ଇଂରାଜୀ ବ୍ୟାକରଣ ପ୍ରକାଶ କରିବା ପରେ, ଏଥିରେ କି ତ୍ରୁଟି ରହିଛି, ତାହା ନିରୂପଣ କରିବା ପାଇଁ ଅଭିଜ୍ଞ ଶିକ୍ଷକମାନଙ୍କଠାରୁ ପ୍ରସ୍ତାବ ଲୋଡ଼ାଯାଇଥିଲା। କିନ୍ତୁ କୌଣସି ଶିକ୍ଷକ ଏଯାଏ ତ୍ରୁଟି ବାହାର କରିନାହାନ୍ତି କି ଏ ସଂପର୍କରେ ବୋର୍ଡ ପାଖକୁ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଯଦି କୌଣସି ତ୍ରୁଟି ରହିଛି, ତାହାକୁ ବୋର୍ଡ ବିଶେଷଜ୍ଞ କମିଟି ପାଖରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ସଭାପତି।

Leave A Reply

Your email address will not be published.