ଅନୁଗୁଳରେ ଦମ୍ପତ୍ତିଙ୍କୁ ଚାପିଦେଲା ଟ୍ରକ୍, ୨ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅନୁଗୁଳରେ ଦମ୍ପତ୍ତିଙ୍କୁ ଚାପିଦେଲା ଟ୍ରକ୍, ୨ ମୃତ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ । ସେହି ସମୟରେ ଏକ ଟ୍ରକ୍ ବାଇକକୁ ପଛରୁ ଧକ୍କା ଦେଇ ଅନ୍ୟ ଏକ ଟ୍ରକ୍ ପଛ ଭାଗରେ ପିଟି ହୋଇଥିଲା । ଫଳରେ ବାଇକରେ ଯାଉଥିବା ଦମ୍ପତି ୨ ଟ୍ରକ୍ ମଝିରେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ସ୍ଥାନୀୟ ଲୋକେ ରାସ୍ତା ଉପରେ ପ୍ରତିବାଦ କରିଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ମୃତକ ବଡ଼କେରା ଅଞ୍ଚଳର ହୋଇଥିବା ବେଳେ ପରିଚୟ ଜଣାପଡ଼ି ନାହିଁ । ଦୁର୍ଘଟଣାଗ୍ରସ୍ତ ୨ ଟ୍ରକର ଚାଳକ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ଗାଡ଼ି ୨ଟିକୁ ଜବତ କରିଛି ।

Leave A Reply

Your email address will not be published.