ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ମଣିପୁରରେ ସନ୍ଦିଗ୍ଧ ହିଂସାକାରୀଙ୍କୁ ଆଖିବୁଜା ଗୁଳିମାଡ। ଘଟଣାସ୍ଥଳରେ ଟଳିପଡିଲେ ୩ଜଣ । ଶନିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ ଗୁଳିମାଡର ଶବ୍ଦ ଶୁଣାଯାଇଥିଲା ।
ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ ମିଶି ସେଠାରେ ମୁତୟନ ହୋଇଥିବା ବିଡିଏଫ୍ ଓ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳିମାଡ କରିଥିଲେ । ରାତି ସାରା ଗୁଳିମାଡ ଜାରି ରହିଥିଲା । ଏହି ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।