ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସକାଳୁ ସକାଳୁ ଚା’ ପିଇବାକୁ କାହାକୁ ପସନ୍ଦ ନଆସେ । ବେଡ ଟି ପ୍ରଥା କେବଳ ସହରରେ ନୁହେଁ ଗାଁରେ ମଧ୍ୟ ଲୋକମାନେ ସକାଳୁ ସକାଳୁ ଚା’ ପିଇବାର ଅଭ୍ୟାସ ରଖିଛନ୍ତି । ଆପଣଙ୍କୁ କ’ଣ ଲାଗୁଛି ଏହା ଏକ ଭଲ ଅଭ୍ୟାସ । ଚା’ରେ ବିଭିନ୍ନ ପ୍ରକାର ଏସିଡ ରହିଥାଏ । ତେବେ ଆପଣ ଖାଲି ପେଟରେ ଚା’ ପିଇଲେ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ ।
ଖାଲି ପେଟରେ ଚା’ ପିଇଲେ ଗ୍ୟାସ ସମସ୍ୟା ଦେଖାଯାଏ । ତେବେ ଜାଣିବା ଖାଲି ପେଟରେ ଚା’ ପିଇଲେ କ’ଣ କ’ଣ ସମସ୍ୟା ଦେଖାଯାଏ।
– ଖାଲି ପେଟରେ କ୍ଷୀର ଚା’ ପିଇଲେ ଶରୀର ଥକି ପଡେ । ଅନ୍ୟପକ୍ଷରେ ଚା’ର କ୍ଷୀର ମିଶାଇଲେ ଆଣ୍ଟିଅକ୍ସିଡେଣ୍ଟର ପ୍ରଭାବ ଶେଷ ହୋଇଥାଏ । ଫଳରେ ଖାଲି ପେଟରେ ଚା’ ପିଇଲେ ଗ୍ୟାସ ସମସ୍ୟା ଦେବା ସହ ଏସିଡିଟି ମଧ୍ୟ ହୋଇଥାଏ ।
– ଆମେ ଦେଖିଛନ୍ତି ବହୁତ ଲୋକ ଷ୍ଟ୍ରଙ୍ଗ ଟି ପିଇବାକୁ ପସନ୍ଦ କରନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହଁ । ଚା’ରେ ଟୋନିନ ରହିଥାଏ ଯାହା ଖାଦ୍ୟରେ ଥିବା ଆଇରନ ସହିତ ମିଶି ପାଶ୍ୱର୍ ପ୍ରତିକ୍ରିୟା କରିପାରେ । ତେଣୁ ଖାଇବା ପରେ ଚା’ ପିଇଲେ ଖାଦ୍ୟରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
– ଯଦି ଆପଣ ଦିନରେ ୨ଥରରୁ ଅଧିକ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । ଏପରି କଲେ ଆପଣଙ୍କ ଶରୀର ଭିତରୁ ଫମ୍ପା ହୋଇଯିବ । ଏହା ସହିତ ଚା’ ଯୋଗୁଁ ଗଳା କ୍ୟାନସର ହେବାର ଭୟ ମଧ୍ୟ ରହିଛି । ତେଣୁ ଚା’ର ସେବନ କମ୍ ରୁ କମ୍ କରନ୍ତୁ । ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।