ଗୋଲଡେନ ଆଓ୍ୱାରେ ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତକାଲି ସିଦ୍ଧାର୍ଥ ମହାପାତ୍ରଙ୍କ ପରେ ଆଜି ଗୋଲଡେନ ଆଓ୍ୱାରେ ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର। ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କୁ ନିଜ କାରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଛନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ନିଜ କାରରେ ଯାଉଥିବା ବେଳେ ପିପିଲି ତହସିଲ ଅନ୍ତର୍ଗତ ତେଇଶିପୁର ଠାରେ ଦମ୍ପତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଏହାପରେ ବିଧାୟକ ଗାଡ଼ି ଅଟକାଇ ଦମ୍ପତ୍ତିଙ୍କ ଅବସ୍ଥା ପଚାରିବାକୁ ଯାଇଥିଲେ। ସେମାନେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜାଣିବା ପରେ ତାଙ୍କୁ ନିଜ ଗାଡ଼ିରେ ବସାଇ ନିକଟସ୍ଥ ମଙ୍ଗଳପୁର ଡାକ୍ତରଖାନାକୁ ନେଇଥିଲେ। ବିଜେପି ନେତା ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଡାକ୍ତରଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ। ଚିକିତ୍ସା ପରେ ଦମ୍ପତ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିଧାୟକଙ୍କ ଠିକ୍ ସମୟରେ ହସ୍ତକ୍ଷେପ ସେମାନଙ୍କ ଜୀବନ ବଞ୍ଚାଇ ପାରିଛି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ନିକଟରେ ଭୁବନେଶ୍ୱର ଯଦୁପୁରର ଦମ୍ପତି ଏକ ବାଇକରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଭୁବନେଶ୍ୱର ଉପକଣ୍ଠ 16 ନମ୍ବର ଜାତୀୟ ରାଜପଥର ପାହାଳ ଫ୍ଲାଏ ଓଭରରେ ଦୁର୍ଘଟଣାଗ୍ରସ୍ତ ଓକିଲଙ୍କୁ ଉଦ୍ଧାର କରିବା ପାଇଁ ରବିବାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲେ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଦୁର୍ଘଟଣାର ଆହତ ହେବା ପରେ ଜଣେ ଆହତ କେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ଗୁରୁତ୍ୱ। ଆଉ ଦୁର୍ଘଟଣା ପରଠୁ ହସ୍ପିଟାଲରେ ଭର୍ତ୍ତି ହେବା ସମୟକୁ ଗୋଲଡେନ ଆଓ୍ୱାର କୁହାଯାଏ। ଭାରତରେ ଦୁର୍ଘଟଣା ପରେ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ କେହି ସାହାସ କରନ୍ତି ନାହିଁ ମୁଖ୍ୟତଃ ପୋଲିସ ଓ ଆଇନ ଭୟରେ । କିନ୍ତୁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ କୋହଳ ହୋଇ ଲୋକଙ୍କ ଜୀବନ ବଞ୍ଚାଇବାକୁ ଅପିଲ କରିବା ସହିତ ସଚେତନତା ସୃଷ୍ଟି କରୁଛନ୍ତି।

Leave A Reply

Your email address will not be published.