ରତ୍ନଭଣ୍ଡାର ଖୋଲିବା ମାମଲା: ୪ ଜଣଙ୍କୁ ଜବାବ ଦାଖଲ ନୋଟିସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ମାମଲାରେ ୪ ଜଣଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ୩ ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ବିଜେପି ନେତା ସମୀର ମହାନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକଙ୍କୁ ନୋଟିସ୍ କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ରାଜ୍ୟପାଳ କିମ୍ବା ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଏଥିସହ ରାଜ୍ୟ ସରକାର ରତ୍ନଭଣ୍ଡାରର ସୁରକ୍ଷା ଲାଗି ମରାମତି କରୁନଥିବା ସେ ଅଭିଯୋଗ କରିଥିଲେ । ଆବେଦନ କରିଥିଲେ, ରତ୍ନଭଣ୍ଡାର ଖୋଲା ଯାଉ । ରତ୍ନଭଣ୍ଡାର ଭିତର ପାର୍ଶ୍ୱ ମରାମତି ପାଇଁ ଦାବି କରିଥିଲେ । ରତ୍ନଭଣ୍ଡାର ଚାବି ହଜିବା ମାମଲାର ସିବିଆଇ ତଦନ୍ତ ଦାବି କରି କମିଶନଙ୍କ ରିପୋର୍ଟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି । ଶେଷଥର ପାଇଁ ୨୦୧୮ ଏପ୍ରିଲରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ କରାଯାଇଥିଲା । ଏଏସ୍ଆଇର ୧୬ ଜଣିଆ ବିଶେଷଜ୍ଞ ଦଳ ରତ୍ନଭଣ୍ଡାରକୁ ଯିବା ବେଳେ ଚାବି ମିଳିନଥିଲା ।

Leave A Reply

Your email address will not be published.