ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୮ ମାସ ତଳେ ହୋଇଥିଲା ନବୀକରଣ ଖସିପଡ଼ିଲା ୫-ଟି ସ୍କୁଲର ପ୍ଲାଷ୍ଟର। ସୁନ୍ଦରଗଡ଼ ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ ବିଦ୍ୟାଳୟ। ମାତ୍ର ୮ ମାସ ତଳେ ରାଜ୍ୟ ସରକାରଙ୍କ ୫-ଟି ପଦକ୍ଷେପରେ ବିଦ୍ୟାଳୟର ରୂପରେଖ ବଦଳି ହୋଇଥିଲା।
ତେବେ ମରାମତି ସମୟରେ ଠିକାଦାର ଓ ଅଧିକାରୀମାନେ ଦୁର୍ନୀତି ଓ ଅବହେଳା କରିଥିବା ଅଭିଯୋଗ ହୋଇଛି। ଖେଳ ବିରତି ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରୁ ଦୂରରେ ଥିବାରୁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ମାତ୍ର ୮ ମାସ ତଳେ ନବୀକରଣ କାମ ହୋଇଥିବା ଦର୍ଶାଇ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି।