ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କୁ ମଣିପୁର ହିଂସାର ତଥ୍ୟ ଦେଲେ ରାଜ୍ୟ ସରକାର । ତଥ୍ୟ ମୁତାବକ ହିଂସାରେ ଏପର୍ୟ୍ୟନ୍ତ ୧୪୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୯୫ ମାମଲା ରୁଜୁ ହୋଇଛି । ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠନ ହୋଇଥିବା ୫ଜଣିଆ ଖଣ୍ଡପୀଠ ଅନୁଚ୍ଛେଦ ୩୭୦ ସମ୍ପର୍କିତ ଆବେଦନ ଉପରେ ପ୍ରତିଦିନ ଶୁଣାଣି କରିବେ । ମାତ୍ର ସୋମବାର ଓ ଶୁକ୍ରବାର ଏହି ମାମଲାରେ ଶୁଣାଣି ହେବ ନାହିଁ ।
ଅନ୍ୟପଟେ ଶୁଣାଣିକୁ ସରଳ ଓ ସୁବିଧାଜନକ କରିବା ପାଇଁ ୨ ଆଇନଜୀବୀଙ୍କୁ ନୋଡ଼ାଲ ଓକିଲ ଭାବେ ନିୟୁକ୍ତି ଦିଆଯିବ । ଅନ୍ୟପଟେ ଅନୁଚ୍ଛେଦ ୩୭୦କୁ ନିରସ୍ତ୍ର କରିବା ବିରୋଧରେ ଦାୟର ହୋଇଥିବା ଆବେଦନକୁ ରଦ୍ଦ କରିବାକୁ ଆଇଏଏସ ଅଧିକାରୀ ଶାହା ଫୈଜଲ ଏବଂ କାର୍ୟ୍ୟକର୍ତ୍ତା ଶୋହଲା ରସିଦ୍ କୋର୍ଟଙ୍କୁ ଗୁହାରି କରିଛନ୍ତି । ଏହି ମାମଲାରୁ ନିଜକୁ ସେମାନେ ଦୂରେଇ ନେବାକୁ ଚାହୁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ଯାଚିକାକର୍ତ୍ତାଙ୍କ ଅନୁରୋଧକୁ ମଧ୍ୟ କୋର୍ଟ ସ୍ବିକାର କରିଛନ୍ତି ।