ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଦେଶରେ ସୁରକ୍ଷିତ ହୋଇପଡ଼ୁଛି ଭାରତୀୟ ରେଳ। ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା । ବରୁଣସିଂ ଷ୍ଟେସନରେ ଟ୍ରାକ୍ ଏଣ୍ଡରେ ତ୍ରୁଟି ଦେଖି ତୁରନ୍ତ ବ୍ରେକ୍ ଲଗାଇ ଥିଲେ ଲୋକେ ପାଇଲଟ୍ । ଟ୍ରେନକୁ ପଛକୁ ଫେରାଇ ଅନ୍ୟ ଟ୍ରାକରେ ବାଲେଶ୍ୱର ଯାଇଥିଲା ମେମୁ ଟ୍ରେନ୍ । ମେମୁ ମାତ୍ର ୭ରୁ ୮ କିଲୋମିଟର ବେଗରେ ଯାଉଥିବାରୁ ଟ୍ରେନକୁ ସହଜରେ ଅଟକାଇ ଯାଇ ପାରିଥିଲା ।ରେଲୱେ କର୍ମଚାରୀଙ୍କ ସୂଚନା ଅନୁସାରେ, ଉକ୍ତ ଟ୍ରାକରେ କାମ ଚାଲିଥିଲା ।
ଯେଉଁ ଟ୍ରାକରେ ଯିବା ପାଇଁ ସିଗନାଲ୍ ଥିଲା ସେ ଟ୍ରାକରେ ମେମୁ ନ ଯାଇ ଅନ୍ ଟ୍ରାକରେ ଯାଇଥିଲା ବୋଲି କହିଛନ୍ତି । ତେବେ ଲୋକୋ ପାଇଲଟ୍ ନା ଷ୍ଟେସନ ମାଷ୍ଟର କିଏ ସତ କହୁଛି ? କାହିଁକି ରେଲୱେ ବାରମ୍ବାର ଯାତ୍ରୀଙ୍କ ଜୀବନ ସହ ଖେଳୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସୂଚନା ଯୋଗ୍ୟ, ଜୁନ୍ ୨ରେ ବାହାନଗା ବଜାର ରୋଡ୍ ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଓ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।