ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ବୁଲୁଛି ହାତୀ । ଭରତପୁର ସମ ହସ୍ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ । ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରେ ଥିବା କଲୋନୀରେ ବୁଲୁଛି ହାତୀ । ରାତିରେ ଘର ବାହାରେ ହାତୀ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । କଲୋନୀରେ ହାତୀ ପଶି ୨ଟି ପାଚେରୀ ଭାଙ୍ଗି ଦେଇଛି । କଲୋନୀରେ ହାତୀ ବୁଲୁଥିବାରୁ ଭୟରେ ରାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ ।
ପ୍ରଥମ ଥର ପାଇଁ ଏହି ଅଞ୍ଚଳରୁ ହାତୀ ଆସିଥିବା ସ୍ଥାନୀୟ ଲୋକ କହିଛନ୍ତି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲକୁ ଘଉଡାଇ ଦେଇଛି ।