ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ବୁଧବାର ଦିନ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ମହାରାଷ୍ଟ୍ରରେ ବୁଧବାର ସକାଳ ଠାରୁ ପ୍ରବଳ ବର୍ଷା ଜାରି ରହିଛି । ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଖିବାକୁ ମିଳିଛି । ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ, ଗୋଆ, କେରଳ , ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଅନ୍ୟପଟେ ଏସବିଆଇ ରିସର୍ଚ୍ଚ ରିପୋର୍ଟ ଇକୋରେପ୍ ମୁତାବକ ବିପର୍ୟ୍ୟୟ ଓ ବନ୍ୟା କାରଣରୁ ଦେଶରେ ୧୦ ହଜାର କୋଟିରୁ ୧୫ ହଜାର କୋଟିର ଆର୍ଥିକ କ୍ଷତି ହୋଇଛି । ଏହାସହ ସମାନ କାରଣ ପାଇଁ ଦେଶରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।