ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ । ଗତକାଲି ନୂଆ ସଂସଦ ଭବନରେ ବସିଥିଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଚଳିତବର୍ଷ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ତୃଣମୁଳ ସ୍ତରରୁ ପ୍ରସ୍ତୁତି କରୁଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି ।
ଯେଉଁଥିରେ ୟୁସିସି, ମଣିପୁର ହିଂସା, ଦରଦାମ ବୃଦ୍ଧି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ଭଳି ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ । ଅନ୍ୟପକ୍ଷରେ ସରକାର ୨୧ଟି ନୂଆ ବିଲ ପାରିତ କରିବାକୁ ଚେଷ୍ଟା କରିବେ । ଜୁଲାଇ ୨୦ରେ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ ।