ପୁଲିସକୁ ଧକ୍କା ମାରି ଥାନାରୁ ଚମ୍ପଟ ମାରିଥିଲା: ଆଜି ମହାନଦୀକୁ ମିଳିଲା ମୃତଦେହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା ଅଭିଯୁକ୍ତର । ଆଜି ଯୋବ୍ରା ନିକଟରେ ମୃତଦେହ ଭାସୁଥିବାର କୁହାଯାଉଛି । ତେବେ ମୃତଦେହଟି ଉକ୍ତ ଅଭିଯୁକ୍ତଙ୍କର କି ନୁହେଁ, ତାହା ପରିବାର ଲୋକ ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲେ । ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଯୁବକ ଜଣକ ଚମ୍ପଟ ମାରିଥିଲେ । ଏହି ଅଭିଯୁକ୍ତଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲ ହୋଇଥିବାବେଳେ ମିଳିଥିବା ସୂଚନା ମୁତାବକ ଏକ ମୋବାଇଲ ଚୋରି ମାମଲାରେ ପୁଲିସ ଗତକାଲି ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ ରଖିଥିଲା । ଆଉ ଗତକାଲି ଭୋର ସମୟରେ ସେ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଶଙ୍କର୍ଷଣ ପୁଲିସକୁ ଚକମା ଦେଇ ମହାନଦୀକୁ ଡେଇଁପଡ଼ିଥିଲା । ଆଉ ଆଜି ସକାଳେ କଟକ ଯୋବ୍ରା ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଏହି ମୃତଦେହଟି ଶଙ୍କର୍ଷଣଙ୍କର ବୋଲି କୁହାଯାଉଥିଲେ ବି ପରିବାର ଲୋକ ଆସି ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଭୁବନେଶ୍ବରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇଥିଲା। ପୁଲିସ ତା’ ନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତ କରିଥିଲା। ତାକୁ କାବୁ କରିବା ପରେ କ୍ୟାଣ୍ଟନମେଣ୍ଟ ଥାନାର ଜିମା ଦେଇଥିଲା। ତେବେ ସେ ପୁଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରି ମହାନଦୀକୁ ଡେଇଁ ପଡିଥିଲା । ଶଙ୍କର୍ଷଣ ମହାନଦୀକୁ ଡେଇଁଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ ତାର କିନ୍ତୁ ପତ୍ତା ମିଳିନଥିଲା ।

Leave A Reply

Your email address will not be published.