ବେଗୁସରାଇରେ ବର୍ବରତା: ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିଲେ ଲୋକେ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମଣିପୁର ପରେ ସାମ୍ନାକୁ ଆସିଲା ବିହାର ବେଗୁସରାଇରେ ବର୍ବରତା। ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିପିଟି ଗୁରିତର କରିଛନ୍ତି ଗ୍ରାମବାସୀ। ଛାତ୍ରୀ ଜଣକ ସଙ୍ଗୀତ ଶିକ୍ଷକଙ୍କଠାରୁ ହରମୋନିୟମ ଶିଖିବାକୁ ଯାଉଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଗୁରୁବାର ରାତିରେ ଲୋକମାନେ ଉଭୟଙ୍କୁ କୋଠରୀରେ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ତା’ପରେ ଉଭୟଙ୍କ ପୋଷାକକୁ ଜବରଦସ୍ତ ହଟାଇ ଉଲଗ୍ନ ଅବସ୍ଥାରେ ନିର୍ଦ୍ଦୟ ଭାବରେ ବାଡେଇଥିଲେ। ଉପସ୍ଥି ଲୋକମାନେ ଏହାର ଏକ ଭିଡିଓ ମଧ୍ୟ କରିଥିଲେ। ଘଟଣାଟି ଶୁକ୍ରବାର ଦିନ ସାମ୍ନାକୁ ଆସିଥିଲା। ତେବେ ତେଗ୍ରା ପୋଲିସ ଏକ ମାମଲା ରୁଜ୍ଜୁ ହେବା ପରେ ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି ଯେ ଭିଡିଓଟି ମିଳିଛି। ଏଥିରେ ଜଣେ ମଧ୍ୟବୟସ୍କ ପୁରୁଷ ଏବଂ ଝିଅ ଅଛନ୍ତି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଲୋକମାନେ ତାଙ୍କ ସହ ଅସଦାଚରଣ କରୁଛନ୍ତି।  ଭିଡିଓକୁ ଅତି ଗମ୍ଭୀରତାର ସହ ନେଇ ଆମେ ତେଗ୍ରା SDPO କୁ ଏହାର ଅନୁସନ୍ଧାନ କରିବାକୁ କହିଛୁ ।

ଏସପିଙ୍କ ସୂଚନା  ଅନୁଯାୟୀ, କିଶାନ ଦେବ ଚୌରାସିଆ (୪୫) ଯିଏ ଗାଁରେ କୀର୍ତ୍ତନ-ଭଜନ କାମ କରନ୍ତି। ହରମୋନିୟମ୍ ମଧ୍ୟ ଶିଖାନ୍ତି। ତାଙ୍କର ଏକ ୨୦ ବର୍ଷର ଝିଅ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତାଙ୍କୁ ହରମୋନିୟମ୍ ଶିକ୍ଷା ଦେବାର ବାହାନାରେ ଘରକୁ ଡାକିଥିଲେ। ଫଳରେ ଗୁରୁବାର ରାତିରେ ଲୋକମାନେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହାପରେ ଉଭୟଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ। ତେବେ ଭିଡିଓରେ ଅସଦାଚରଣ ଏବଂ ଆକ୍ରମଣ କରୁଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସମସ୍ତଙ୍କୁ ଶୀଘ୍ର ଗିରଫ କରାଯିବ। ଏଥିରେ ଦୋଷୀ ଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.