ଏକା ସାଙ୍ଗରେ ରିଲିଜ୍ ହେବ ‘KGF 2’ ଏବଂ ‘ଲାଲ ସିଂ ଚଡ୍ଡା’

0

ବହୁ ପ୍ରତୀକ୍ଷିତ ଯଶଙ୍କ ‘କେଜିଏଫ୍ 2’ ଏବଂ ଆମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ ‘ଲାଲ ସିଂ ଚଡ୍ଡା’ 14 ଏପ୍ରିଲ 2022 ରେ ରିଲିଜ୍ ହେବାକୁ ଯାଉଛି | ପ୍ରାରମ୍ଭରେ ‘ଲାଲ ସିଂ ଚଡ୍ଡା’ ଖ୍ରୀଷ୍ଟମାସ 2021 ରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଥିଲେ ତା ପରେ ଭାଲେଣ୍ଟାଇନ୍ସ ଡେ ତଥା 2022 ଫେବୃଆରୀ 14 ମାତ୍ର ଫାଇନାଲି ଆଜି ଲାଲ ସିଂ ଚଡ୍ଡା’ ବଡ ପରଦା ରେ14 ଏପ୍ରିଲ 2022 ରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି | 3 ଇଡିଅଟ୍ସ ପରେ ଆମିର ଖାନ ଏବଂ କରୀନା କପୁର ଖାନଙ୍କୁ ପରସ୍ପର ‘ଲାଲ ସିଂ ଚଡ୍ଡା’ ରେ ଦେଖିବାକୁ ମିଳିବ | କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବକାଳୀନ ସର୍ବାଧିକ ଆୟ କରୁଥିବା KGF 1 ର ବିରାଟ ସଫଳତା ପରେ ଏହାର ସିକ୍ୱେଲ୍ KGF 2 ମଧ୍ୟ୍ୟ 14 ଏପ୍ରିଲ 2022 ରେ ରିଲିଜ୍ ହେବାକୁ ଯାଉଛି | ଏହି ଚଳଚ୍ଚିତ୍ର ରେ ଯଶଙ୍କ ସହ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ୍ ମଧ୍ୟ୍ୟ ଦେଖା ଦେବେ |

Leave A Reply

Your email address will not be published.