ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଯେତେ ପ୍ରଚେଷ୍ଟା କଲେ ବି ଏହା ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଉଗ୍ର ହିଂସାର ସ୍ଥାୟୀ ସମାଧାନ ପାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି- କୁକି ସଙ୍ଗଠନ । ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ କରାଇବାକୁ ଅପିଲ କରିଛି ସଙ୍ଗଠନ । ମେ ୩ ତାରିଖରୁ ମଣିପୁରରେ ଲାଗି ରହିଛି ହିଂସା ।
ଏହା ମଧ୍ୟରେ ଏଥିରୁ ନିସ୍ତାର ପାଇବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଛି ଜୋମି- କୁକି ସଙ୍ଗଠନ ।ଏହାସହ ପାହାଡି ଇଲାକାରେ ପୁଣି ଥରେ ଇୠଝଚଇ ଲାଗୁ କରାଯାଉ, ଫଳରେ ପୁରା ରାଜ୍ୟରେ ସେନାର ନିୟନ୍ତ୍ରଣ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।