୫୫.୬୦ ଲକ୍ଷ ଟଙ୍କାର କ୍ଷତି ସହଲାଣି ଭାରତୀୟ ରେଳବାଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢେଲା ମାଡ଼ ଯୋଗୁଁ ଅନେକ କ୍ଷତି ସହିଲାଣି ଭାରତୀୟ ରେଳବାଇ । ଟେକାମାଡ଼ ଯୋଗୁ ୨୦୧୯ରେ ଦେଶରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରଠୁ ରେଳବାଇକୁ ୫୫.୬୦ ଲକ୍ଷ ଟଙ୍କାର କ୍ଷତି ସହିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଟ୍ରେନ୍‌କୁ ଟେକାମାଡ଼ କରିବା ଅଭିଯୋଗରେ ୧୫୧ ଜଣଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଜୀବନ ସୁରକ୍ଷା ଏବଂ ରେଳବାଇ ସମ୍ପତ୍ତି ଚୋରି ରୋକିବା ପାଇଁ ଜିଆର୍‌ପି/ଜିଲା ପୁଲିସ ପ୍ରଶାସନ ସହ ସମନ୍ବୟ ରଖି ରେଳବାଇ କାର୍ୟ୍ୟ କରୁଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.