ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ । ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ୩ ମ୍ୟାଚ୍‌ର ଶୃଙ୍ଖଳା ଘରୋଇମାଟିରେ ଦିନିକିଆ ବିଶ୍ବକପ୍‌ ଲାଗି ଅଭ୍ୟାସ ଭାବେ ବ୍ୟବହାର କରିବ ଭାରତ। ଦୁର୍ଭାଗ୍ୟବଶତଃ ୱେଷ୍ଟଇଣ୍ଡିଜ୍‌ ପ୍ରଥମଥର ବିଶ୍ବକପ୍‌ ଖେଳିବ ନାହିଁ। ବିଶ୍ବକପ୍‌ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନିକିଆ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ଟେଷ୍ଟ ଶୃଙ୍ଖଳାରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଭାରତ ଦିନିକିଆ ଶୃଙ୍ଖଳା ଜିତିବାକୁ ମଧ୍ୟ ଫେଭରିଟ୍‌।

ହେଲେ ଜିମ୍ବାୱେରେ ଆୟୋଜିତ ବିଶ୍ବକପ୍‌ ଯୋଗ୍ୟତା ପର୍ୟ୍ୟାୟରେ କ’ଣ ତ୍ରୁଟି ରହିଲା; ତା’ର ବ୍ୟବଚ୍ଛେଦ କରିବ ୱେଷ୍ଟଇଣ୍ଡିଜ୍‌। ଜିମ୍ବାୱେ, ନେଦରଲାଣ୍ଡ୍‌ସ, ସ୍କଟ୍‌ଲାଣ୍ଡ ଓ ଶ୍ରୀଲଙ୍କାଠାରୁ ପରାସ୍ତହୋଇ ୨ ଥର ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହୋଇଛି।

 

Leave A Reply

Your email address will not be published.