ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ ମାମଲାରେ ଆଜି ହେବ ଶୁଣାଣି । ଏଏସ୍ଆଇ ଦ୍ବାରା ବାରାଣସୀସ୍ଥିତ ଜ୍ଞାନବାପି ମସଜିଦର ସର୍ଭେ କରାଇବାକୁ ତଳ କୋର୍ଟ ଆଦେଶ ଦେଇଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ସର୍ଭେ ଦ୍ବାରା ମସଜିଦର ଐତିହାସିକ ଢାଞ୍ଚା ନଷ୍ଟ ହୋଇପାରେ ବୋଲି କମିଟି ଆଶଙ୍କା ପ୍ରକାଶ କରିବା ପରେ କୋର୍ଟ କହିଲେ ଯେ, ମସଜିଦର କିଛି କ୍ଷତି ହେବ ନାହିଁ ବୋଲି ଏସ୍ଆଇ ଦେଇଥିବା ପ୍ରତିଶ୍ରୁତି ଉପରେ ଯଦି ସେମାନେ ଭରସା କରିପାରୁ ନାହାନ୍ତି, ତେବେ କୋର୍ଟଙ୍କ ରାୟ ଉପରେ କେମିତି ଭରସା କରିବେ? କମିଟି କହିଥିଲା ଯେ ଏକ ମନ୍ଦିର ଉପରେ ମସଜିଦ କରାଯାଇଛି ବୋଲି ଯାହା ଦାବି କରାଯାଉଛି ତାହା ଏକ କଳ୍ପନା ମାତ୍ର।
ଏକ କଳ୍ପନାକୁ ଭିତ୍ତି କରି ସର୍ଭେକୁ ଅନୁମତି ଦିଆଯାଇପାରିବ ନାହିଁ। ତେବେ ଗତକାଲିର ଶୁଣାଣିରେ ହାଇକୋର୍ଟ ଏଏସ୍ଆଇ ସର୍ଭେ ଉପରେ ପର୍ୟ୍ୟନ୍ତ ରୋକ୍ ଲଗାଇଛନ୍ତି। ଆଜି ପୁଣି ହେବ ଶୁଣାଣି ।