ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଲିଉଡ ଅଭିନେତା ସଞ୍ଜୟ ଦତ୍ତର ଅନେକ ଅଭିନେତ୍ରୀ ଏବଂ ମଡେଲଙ୍କ ସହ ସମ୍ପର୍କ ରହିଥିଲା। ଦିନେ ଜଣେ ଅଭିନେତ୍ରୀଙ୍କ ପାଇଁ ସେ ଦିବଂଗତ ଅଭିନେତା ଋଷି କପୁରଙ୍କୁ ମାଡ଼ ମାରିବାକୁ ନିଷ୍ପତ୍ତି ନେଇଥିଲେ। ଏମିତି କି ସେ ତାଙ୍କ ଘରକୁ ମଧ୍ୟ ଚାଲିଯାଇଥିଲେ। ଏବିଷୟରେ ଋଷି କପୁର ନିଜେ ନିଜ ବହିରେ ଉଲ୍ଲେଖ କରିଥିଲେ। ଏହା ସହ ସଞ୍ଜୟଙ୍କ ସାଙ୍ଗ ଗୁଲଶନ ଗ୍ରୋଭର ମଧ୍ୟ ପୂରା ଘଟଣା ଏକ ସାକ୍ଷାତକାରରେ ଜଣାଇଥିଲେ। ସେ କହିଥିଲେ, ଅଭିନେତ୍ରୀ ଟିନା ମୁନୀମଙ୍କୁ ଡେଟ୍ କରୁଥିଲେ ସଞ୍ଜୟ। ଫିଲ୍ମ ରକିରେ ଦୁହେଁ କାମ କରିବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସେ ସମୟରେ ଟିନା, ଋଷି କପୁରଙ୍କ ସହ ମଧ୍ୟ ଅନେକ ଫିଲ୍ମ କରିଥିବା ସହ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ହେଲେ ଦୁହିଁଙ୍କ ବନ୍ଧୁତା ସଞ୍ଜୟଙ୍କୁ ପସନ୍ଦ ନଥିଲା।
ଦିନେ ଦୁହିଁଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ସନ୍ଦେହ କରି ଋଷିଙ୍କୁ ମାଡ଼ ମାରିବାକୁ ତାଙ୍କ ଘରକୁ ଯାଇଥିଲେ ସଞ୍ଜୟ। ହେଲେ ସେଠାରେ ନୀତୁ କପୁରଙ୍କୁ ଦେଖିବା ପରେ ସେ ଶାନ୍ତ ହୋଇଥିଲେ। ନୀତୁ, ସଞ୍ଜୟଙ୍କୁ କହିଥିଲେ ଯେ ମୁଁ ଋଷିଙ୍କୁ ବିବାହ କରିବି। ଟିନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।