ଜୁନ୍‌ ୪ରୁ ୨୦୨୪ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୁନ୍‌ ୪ରୁ ୨୦୨୪ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌। ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜୁନ୍‌ ୪ ରୁ ୩୦ ତାରିଖ ମଧ୍ୟରେ ଖେଳାଯିବ। ଏକ ରିପୋର୍ଟ ଅନୁଯାୟୀ, ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଓ ପଞ୍ଚମ ଟ୍ବେଣ୍ଟି-୨୦ ଖେଳାଯିବାକୁ ଥିବା ଫ୍ଲୋରିଡାର ଲୌଡରହିଲ୍‌ରେ ବିଶ୍ବକପ୍‌ର କିଛି ମ୍ୟାଚ୍‌ ଖେଳାଯିବା ନେଇ ସ୍ପଷ୍ଟ ହୋଇଛି। ଆଇସିସିର ଅଧିକାରୀମାନେ ଏହି ସ୍ଥାନକୁ ନୀରିକ୍ଷଣ କରି ସାରିଛନ୍ତି।

ତେବେ ଚୂଡ଼ାନ୍ତ ମ୍ୟାଚ୍‌ ସ୍ଥାନ ଗୁଡ଼ିକ ଉପରେ ଆଇସିସି, ଆମେରିକା କ୍ରିକେଟ୍‌ ଓ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ମିଳିତ ଭାବେ ନିଷ୍ପତ୍ତି ନେବେ। ମୋରିସ୍‌ଭିଲାର ଚର୍ଚ୍ଚ ଷ୍ଟ୍ରିଟ୍‌ ପାର୍କ ଏବଂ ଡାଲାସ୍‌ର ଗ୍ରାଣ୍ଡ ପ୍ରାଇରି ଷ୍ଟାଡିୟମ୍‌ରେ ଏବେ ମେଜର କ୍ରିକେଟ୍‌ ଲିଗ୍‌ର ମ୍ୟାଚ୍‌ଗୁଡ଼ିକ ଖେଳାଯାଉଛି। କିନ୍ତୁ ଏହି ଦୁଇ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକ ଷ୍ଟାଡିୟମ୍‌ର ମାନ୍ୟତା ମିଳିନଥିବାରୁ ଏଠାରେ ବିଶ୍ବକପ୍‌ ଆୟୋଜନ ହେବା ନେଇ ଆଶଙ୍କା ରହିଛି। ବିଶ୍ବକପ୍‌ରେ ୨୦ ଦଳ ଅଂଶଗ୍ରହଣ କରୁଥିଲା ବେଳେ ସେମାନଙ୍କୁ ୪ ଗ୍ରୁପ୍‌ରେ ବଣ୍ଟାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୮ ରେ ପ୍ରବେଶ କରିବେ।

Leave A Reply

Your email address will not be published.