ହାତୀକୁ ନିଆଁହୁଳା ମାଡ଼ ଘଟଣା: ବହିଷ୍କୃତ ହେଲେ ଦୁଇ ଅସ୍ଥାୟୀ ବନ କର୍ମଚାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ କଡ଼ା କାର୍ଯାନୁଷ୍ଠାନ ନେଇଛି ବନ ବିଭାଗ।  ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ହାତୀ ଘଉଡ଼ାଇବା ବେଳେ ଏହି ଘଟଣା ଘଟିଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ବନ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଉ ଥିବା ବେଳେ ହାତୀଙ୍କ ସହିତ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା।

ନିଆଁ ହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ସେଥିରେ ପ୍ରହାର କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ନିର୍ଦେଶ ଦେଇଥିଲେ। ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସେଥିପାଇଁ ସେମାନେ ଛାନିଆ ହୋଇ ହାତୀକୁ ନିଆଁହୁଳାରେ ପିଟିଥିଲେ।

Leave A Reply

Your email address will not be published.