ଆଜି ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିବେ ବିରୋଧୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନରେ ଆଜି ବି ସରଗରମ ରହିବ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବେ ବିରୋଧୀ । ଗତ ସପ୍ତାହେ ହେଲା ମଣିପୁର ପ୍ରସଙ୍ଗରେ ସଂସଦ ଚାଲିପାରୁନଥିବା ବେଳେ ଆଜି ପର୍ୟ୍ୟନ୍ତ ଗୃହ ମୁଲତବୀ ରହିଛି । ଏପଟେ ଇଣ୍ଡିଆ ମେଣ୍ଟର ୨୧ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଗ୍ରାଉଣ୍ଡ ଜିରୋରେ କିଭଳି ସ୍ଥିତି ରହିଛି ତାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତ ବିରୋଧୀ ।

ମଣିପୁରରେ ଲୋକଙ୍କ ମନରେ ଭୟ, ଅନିଶ୍ଚିତତା ଭରି ରହିଛି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଚାଷ ଠପ୍ ପଡିଥିବା ବେଳେ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ସାମୁହିକ, ବ୍ୟକ୍ତିଗତ ପୀଡ଼ାରେ ହଜାର ହଜାର ଲୋକ ଅଛନ୍ତି । ମଣିପୁରରୁ ଦିଲ୍ଲୀ ଫେରି ଦୁର୍ଦ୍ଦଶା ବଖାଣିଛନ୍ତି ବିରୋଧୀ ଡେଲିଗେସନ ।

Leave A Reply

Your email address will not be published.