ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଲିଉଡରେ ମନି ଲଣ୍ଡରିଂ କେଶରେ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ ପହଞ୍ଚି ଏହି ମାମଲାରେ ନିଜର ବୟାନ ଦେଇଥିଲେ।
ସୋମବାର ସେ କୋର୍ଟରେ ପହଞ୍ଚିବା ବେଳେ ଖୁବ ତରବର ଥିବା ଜଣାପଡୁଥିଲେ। ଆକ୍ଟ୍ରେସଙ୍କୁ ଏହି ସମୟରେ ବ୍ଲାକ ଆଉଟ ଫିଟରେ ସ୍ପଷ୍ଟ କରାଯାଇଥିଲା। ଏହି ସମୟରେ ତାଙ୍କ ସହ ଅନ୍ୟ କେତେଜଣ ବ୍ୟକ୍ତି ଥିବା ବେଳେ ସେ ସିଧା ସିଧା କୋର୍ଟ ଭିତରକୁ ଚାଲି ଯାଇଥିଲେ।